ଆସନ୍ତା ନଭେମ୍ବର ୨୦ରୁ ଆରମ୍ଭ ହେବ କୋରାପୁଟ ଲୋକ ମହୋତ୍ସବ ପରବ, ପ୍ରସ୍ତୁତି ବୈଠକରେ ଉନ୍ମୋଚିତ ହେଲା ପୋଷ୍ଟର

କୋରାପୁଟ(କେନ୍ୟୁଜ୍): ଆସନ୍ତା ନଭେମ୍ବର ୨୦ରୁ ଆରମ୍ଭ ହେବ କୋରାପୁଟ ଲୋକ ମହୋତ୍ସବ ପରବ। ଡୁଡୁମା ଜଳପ୍ରପାତର ପାତାଳେଶ୍ୱର ମନ୍ଦିରରୁ ଏହାର ଉଦଘାଟନୀ ହେବ। ଜିଲ୍ଲାପାଳ ଉଦଘାଟନୀ ସ୍ଥଳ ପରିଦର୍ଶନ କରି କାର୍ଯ୍ୟକ୍ରମ କିପରି ସୂଚାରୁ ରୂପେ ସଂପାଦନ ହେବ ସେ ନେଇ ଗୁରୁତ୍ୱାରୋପ କରିଛନ୍ତି। ପଞ୍ଚାୟତରୁ ଜିଲ୍ଲାସ୍ତରୀୟ ପର୍ଯ୍ୟନ୍ତ ଏକମାସ ବ୍ୟାପି ଚାଲିବ ପରବ ମହୋତ୍ସବ। ଏହାର ସୁପରିଚାଳନା ପାଇଁ ୧୭ଟି କମିଟି ଗଠନ କରାଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ପରବ ପ୍ରସ୍ତୁତି ବୈଠକରେ ଏହାର ପୋଷ୍ଟର ଉନ୍ମୋଚିତ କରାଯାଇଛି। ପରବକୁ ଅଧିକ ଲୋକାଭିମୂଖୀ କରିବା ସହ କୋରାପୁଟର ଲୋକକଳା ଓ ଲୋକସଂସ୍କୃତିକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ତଥା ପରବ କମିଟି ଅଧ୍ୟକ୍ଷ ମଧୁସୂଦନ ମିଶ୍ର।