କୋରାପୁଟ : ଲାଞ୍ଚ ନେଇ ଧରା ପଡ଼ିଲେ ଡାକ୍ତର । ବକେୟା ଦରମା କରାଇ ଦେବାକୁ ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ଡାକ୍ତରଙ୍କ ସହ ଫାର୍ମାସିଷ୍ଟ ମଧ୍ୟ ଭିଜିଲାନସ ପଞ୍ଝାରେ ପଡ଼ିଛନ୍ତି । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ାର ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ଅଧିକାରୀ ବିଶ୍ବଜିତ ଭୂୟାଁ ଓ ଫାର୍ମାସିଷ୍ଟ ଉତ୍ତମ ମହାକୁଡ଼ଙ୍କୁ ଧରିଛି ଭିଜିଲାନ୍ସ।
ଜଣେ ନର୍ସିଂ ଅଫିସରଙ୍କ ବକେୟା ଦରମା କରାଇଦେବାକୁ ଏମାନେ ୪୦ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଜୟପୁର ଭିଜିଲାନ୍ସ ବିଭାଗର ପନ୍ଦରଜଣିଆ ଟିମ୍ ଚଢାଉ କରି ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଲାଞ୍ଚ ଟଙ୍କା ସହ ଧରିଛନ୍ତି । ପରେ ଡାକ୍ତର ଭୂୟାଁଙ୍କ ଭଡ଼ା ଘର ଏବଂ ଉତ୍ତମ ମହାଙ୍କୁଡଙ୍କ ଘରେ ଚଢ଼ାଉ ଆରମ୍ଭ ହୋଇଛି ।