ବିଦ୍ୟାଳୟକୁ ଯାଇ ପିଲାଙ୍କ ସହ ଆଲୋଚନା କରି ପାଠ ପଢାଇଲେ ବିଧାୟକ ରଘୁରାମ ମାଛ
କୋରାପୁଟ: ରାଜନୀତିକୁ ଆସିବା ପରେ ବି ନିଜର ପୂର୍ବ ଶିକ୍ଷକ ବୃତ୍ତିକୁ ଭୁଲିପାରୁନାହାନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ । ବିଧାୟକ ଭାବେ ନିର୍ବାଚିତ ହେବା ପରେ କୋରାପୁଟ ନିର୍ବାଚନ ମଣ୍ଡଳିର ଅଞ୍ଚଳ ଗସ୍ତ କରୁଛନ୍ତି । ଏହି କ୍ରମରେ ସେମିଳିଗୁଡା ଗସ୍ତ କରିଥିଲେ । ସେମିଳିଗୁଡାର ଆର କେ ବାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ପିଲାଙ୍କ ସହ ଆଲୋଚନା କରି ପାଠ ପଢାଇଥିଲେ । ଭଲ ପାଠ ପଢିବାକୁ ପିଲାଙ୍କୁ ପରାମର୍ଶ ଦେଇଥିଲେ ।
ପିଲା ମାନଙ୍କୁ ଗଣିତ ପ୍ରଶ୍ନ ପଚାରିଥିଲେ ଓ ଗଣିତ ପାଠ ପଢାଇ ଥିଲେ l କିପରି ପଢିଲେ ମନ ରହିବ, ପାଠ ପଢିବା ଶୈଳୀ ଗଣିତର ଗାଣିତିକ କୌଶଳକୁ କିପରି ମନେ ରଖି ହେବ ସେନେଇ ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ l ଛାତ୍ରୀମାନେ ମଧ୍ୟ ବିଧାୟକଙ୍କୁ ନିକଟରୁ ଦେଖି ଖୁସି ହୋଇଥିଲେ ।ଆଉ କହିଥିଲେ ସେ ଜଣେ ଗରିବ ଘରର ପିଲାଥିଲେ l କ୍ଲାସରେ ତୃତୀୟ ହେଉଥିଲେ କିନ୍ତୁ ଆଜି ବିଧାୟକ ହୋଇ ପାରିଛନ୍ତି l ନିଜ ଉପରେ ଆତ୍ମ ବିଶ୍ୱାସ ରହିଲେ ଜଣେ ଆଗକୁ ଯାଇ ପାରିବ l ମୁଁ ଜଣେ ଶିକ୍ଷକ ଥିଲି କିନ୍ତୁ ଏବେ ଲୋକଙ୍କ ଭଲ ପାଇବା ଯୋଗୁଁ ବିଧାୟକ ହୋଇଛି । ବିଧାୟକଙ୍କ ପାଠ ପଢାଇବା ଭିଡିଓ ଏବେ ଜିଲ୍ଲାରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।