ରାଜ୍ୟ

ଜୟପୁରର ଅବସରପ୍ରାପ୍ତ ଶିକ୍ଷକଙ୍କ ନିଖୋଜ ମାମଲାରେ କୋରାପୁଟ ପୋଲିସକୁ ମିଳିଛି ସଫଳତା, ଅଟୋ ଡ୍ରାଇଭର ମୁଖ୍ୟ ଅଭିଯୁକ୍ତ

ଜୟପୁର(କେନ୍ୟୁଜ୍):  ଚାରିମାସ ପରେ ହତ୍ୟା ମାମଲାର ଫର୍ଦ୍ଦାଫାସ। ଜୟପୁରର ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁଙ୍କ ନିଖୋଜ ଥିବା ମାମଲାରେ କୋରାପୁଟ ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ସେ ନିଖୋଜ ନୁହନ୍ତି, ବରଂ ତାଙ୍କୁ ହତ୍ୟା କରାଯାଇଥିବାକୁ ନେଇ ସ୍ପଷ୍ଟ କରିଛି ପୁଲିସ। ବୋରିଗୁମ୍ମା ଥାନା ପୁଲିସ ଏହି ମାମଲାରେ ଅଟୋଚାଳକ ସେକ ଫାରୁକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାରେ ବ୍ୟବହୃତ ଅଟୋକୁ ଜବତ କରିଛି ପୋଲିସ। ମାର୍ଚ୍ଚ ୨୬ତାରିଖରେ ଶିକ୍ଷକ ଭାସ୍କର ସାହୁ ନିଖୋଜ ନେଇ ତାଙ୍କ ସାନଭାଇ ଏତଲା ଦେଇଥିଲେ। ମାର୍ଚ୍ଚ ଶେଷ ସପ୍ତାହରେ ମୁଖ୍ୟ କେନାଲରେ ଭାସୁଥିବା ଏକ ଗଳିତ ଶବକୁ କୋଟପାଡ଼ ପୋଲିିସ ଉଦ୍ଧାର କରିଥିଲ।

ଗଳିତ ଶବର ଅବସ୍ଥା ଭଲ ନଥିବାରୁ ଡିଏନଏ ପରୀକ୍ଷା କରାଯାଇଥିଲା। ପରେ ଏହି ନିଖୋଜ ଶିକ୍ଷକ ଭାସ୍କରଙ୍କ ମୃତଦେହ ଓ ତାଙ୍କୁ ହତ୍ୟା ହୋଇଥିବା ସ୍ପଷ୍ଟ ହୋଇଥିଲା। ଭାସ୍କର ସବୁବେଳେ ଶେଖ ଫାରୁକ ଅଟୋରେ ଯିବା ଆସିବା କରୁଥିଲେ। କିନ୍ତୁ ଫାରୁକ ଭାସ୍କରଙ୍କ ଠାରୁ ଟଙ୍କା ଚୋରି କରୁଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ଜାଣିପାରିଥିଲା ଅଭିଯୁକ୍ତ। ମାର୍ଚ୍ଚ ୨୯ତାରିଖରେ ଜୟପୁର ଫେରୁଥିବା ବେଳେ ବାଟରେ ଭାସ୍କରଙ୍କୁ କେନାଲ ମଧ୍ୟକୁ ଠେଲି ଦେଇଥିଲେ।

ନିଖୋଜ ମାମଲା ରୁଜୁ ହେବା ପର ଠାରୁ ଜୟପୁର ଟାଉନ ଥାନା, ବୋରିଗୁମ୍ମା ଓ କୋଟପାଡ ଥାନା ପୋଲିସ ମାମଲାର ତଦନ୍ତ କରିଆସୁଥିଲେ। ଟଙ୍କା ଗାଏବ ଏତଲା, ନିଖୋଜ ଏତଲା ପରେ ସଂନ୍ଦେହରେ ଥିବା ଫାରୁକଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ ଫାରୁକ ଉପରେ ପୋଲିସର ସନ୍ଦେହ ଅଧିକ ଦୃଢୀଭୂତ ହୋଇଥିଲା। ତାକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ହତ୍ୟା କରିଥିବା ମାନିଛି।..

Sasmita

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

57 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

4 hours ago