କୋରାପୁଟ ଏସପିଙ୍କ ନେତୃତ୍ୱରେ ଜୟପୁର ସବଜେଲରେ ଚଢ଼ାଉ, ଗଞ୍ଜେଇ କାରବାର ଚାଲିଥିବା ନେଇ ଚାଲିଛି ଚଢ଼ାଉ

ଜୟପୁର(କେନ୍ୟୁଜ୍): ଜୟପୁର ସବଜେଲରେ ଚଢ଼ାଉ । କୋରାପୁଟ ଏସପି ବରୁଣ ଗୁଣ୍ଠପାଲିଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଛି । ଏଥିରେ ଅତିରିକ୍ତ ଏସପିଙ୍କ ସମତେ ଦୁଇ ଜଣ ଡିଏସପି ଓ ତିନି ଇନିସପେକ୍ଟର ସାମିଲ ଥିଲେ । ଜେଲରେ ଗଞ୍ଜେଇ କାରବାର ଚାଲିଥିବା ନେଇ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।

ଜେଲରେ ଗଞ୍ଜେଇ ବେଧଡ଼କ ଭାବେ ପହଁଚୁଥିବା ଖବର ପାଇଁ ଏହି ଚଢ଼ାଉ ହୋଇଛି । ଚଢ଼ାଉ ବେଳେ କଏଦୀଙ୍କ ଠାରୁ ନଗଦ ୧୮ ହଜାର ଟଙ୍କା ଜବତ ହୋଇଛି । ସେହିଭଳି କଏଦୀଙ୍କ ଠାରୁ ମୋବାଇଲ ଫୋନ୍‌ ମଧ୍ୟ ଜବତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.