ରାଜ୍ୟ

ଭୁବନେଶ୍ବରରୁ କାର ଭଡ଼ାରେ ନେଇ ଡ୍ରାଇଭରଙ୍କୁ ହତ୍ୟା କରିବା ଘଟଣା: ଗିରଫ ପରେ ପ୍ରେମୀ ଯୁଗଳ ବଖାଣିଲେ ରାତିର ସତ କାହାଣୀ

ଜୟପୁର(କେନ୍ୟୁଜ୍):  କାର ଭଡାରେ ନେଇ  ଡ୍ରାଇଭରଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କଲା କୋରାପୁଟ ପୋଲିସ । ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରେମୀ ଯୁଗଳଙ୍କୁ ଗିରଫ କଲା ବୋରିଗୁମ୍ମା ପୋଲିସ।  ଏହି ଘଟଣାରେ ଭୁବନେଶ୍ୱରରୁ ଗାଡି ବୁକ କରି ଆଣି ଥିବା ପ୍ରେମୀ ଯୁଗଳ ହିଁ ମୁଖ୍ୟ ହତ୍ଯାକାରୀ। ଏମାନଙ୍କ ଘର ଯାଜପୁରରେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କୋରାପୁଟ ଏସପି। ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ରାଉରକେଲାରୁ  ଗିରଫ କରାଯାଇଥିବା ବେଳେ ଏମାନଙ୍କ ଠାରୁ ଲୁଟ କାର ସହ ୩ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ରାଉରକେଲାରୁ ଗିରଫ ହେବା ପୂର୍ବରୁ ଏମାନେ ପୋଲିସ ଗିରଫ ଭୟରେ ଉତ୍ତର ପ୍ରଦେଶ ଓ ବିହାର ଚାଲି ଯାଇଥିଲେ।ତେବେ ରାଉରକେଲାର ଏକ ଲଜରେ ଏମାନେ ଥିବା ବେଳେ ଗତକାଲି କୋରାପୁଟ ପୋଲିସ ଏମାନଙ୍କୁ ଗିରଫ କରିଛି।

ପୁରା ଫିଲ୍ମୀ ଷ୍ଟାଇଲରେ ହୋଇଥିଲା ହତ୍ୟାକାଣ୍ଡ, ଯାହାକୁ ଶୁଣିଲେ ଆପଣବି ତାଜୁବ ହୋଇଯିବେ। ଆଜି ଏହି ହତ୍ୟାଣ୍ଡର ପର୍ଦ୍ଦାଫାସ କରିଛନ୍ତି କୋରାପୁଟ ଏସପି । ଏସପିଙ୍କ ସୂଚନା ମୁତାବକ  ଗତ ଜାନୁଆରୀ ୨୪ ରାତିରେ  ତାରିଖରେ ଭୁବନେଶ୍ବର ଜାଗମରା ଅଞ୍ଚଳର ସୁଧୀର ସାହୁଙ୍କ ହୋଣ୍ଡା ଆକ୍ସେଣ୍ଟ ଗାଡିକୁ ଭଡା ସୂତ୍ରରେ ନେଇଥିଲେ ଯାଜପୁରର ପ୍ରକାଶ ଚନ୍ଦ୍ର ରାଉତରାୟ ଓ ଅଳ୍ପନା ନାୟକ ନାମକ ପ୍ରେମୀ ଯୁଗଳ। ପ୍ରଥମେ ସେମାନେ କୋରାପୁଟର ଗୁପ୍ତେଶ୍ବର ବୁଲିବାକୁ ଭଡ଼ା ବୁକ୍ କରିଥିଲେ। ପରେ ୨୫ ତାରିଖ ରାତି ୧୦ଟାରେ  କୋରାପୁଟ ଶିବା ଢାବାରେ ପହଞ୍ଚିବା ପରେ ସେମାନେ ସେଠାରେ ଖାଇଥିଲେ ଓ ପେଟେ ମଦ ପିଇଥିଲେ ।  ଏହାପରେ ସେମାନଙ୍କ ଗୁପ୍ତେଶ୍ବର ବୁଲିବା ପ୍ଲାନ ବଦଳି ଯାଇ ବଲାଙ୍ଗିର ହରିଶକଙ୍କର ବୁଲିବାର ପ୍ଲାନ ହେଲା। କିନ୍ତୁ ମଦ ପିଇ ସାରିବା ପରେ କାର ଡ୍ରାଇଭର ସୁଧୀର ଗାଡି ଚଳାଇବା ଅବସ୍ଥାରେ ନଥିଲେ।  ବାଧ୍ୟ ହୋଇ କାର ବୁକ କରିଥିବା ପ୍ରକାଶ ନିଜେ ଗାଡି ଚଳାଇଲେ ଆଉ କାର ଡ୍ରାଇଭରଙ୍କୁ ପଛସିଟର ପ୍ରେମିକା ପାଖରେ ବସାଇଦେଲେ। ଛତ୍ରଲା ନିକଟରେ ପ୍ରକାଶକୁ  ନିଦ ଲାଗିବାରୁ ରୋଡ କଡରେ ଗାଡି ପାର୍କ କରି ଗାଡି ଭିତରେ ଶୋଇ ଯାଇଥିଲେ।

କିଛି ସମୟପରେ  ପଛ ସିଟରେ ବସିଥିବା ସୁଧୀରଙ୍କ ମଦ ନିଶା ଭାଙ୍ଗିବା ପରେ  ସେ ପାଖରେ ବସିଥିବା ଯୁବତୀ ଅଳ୍ପନାଙ୍କ ସହ ଅସଦାଚରଣ ଆରମ୍ଭ  କରିଦେଲେ।ତେଣୁ ଏହାକୁ ବିରୋଧ କରି ପ୍ରଥମେ ଅଲ୍ପନା ସୁଧୀରଙ୍କୁ ଏକ ଶକ୍ତ ଚାପୁଡା ଲଗାଇଥିଲେ। ପରେ ପ୍ରକାଶ ସବୁ ଜାଣିବା ପରେ ଉଭୟ ସୁଧୀରଙ୍କୁ ମାଡପିଟ୍ କରିଥିଲେ। ଫଳରେ ଘଟଣା ସ୍ଥଳରେ ସୁଧୀରଙ୍କ ପ୍ରାଣବାୟୂ ଉଡିଯାଥିଲା। କାଳେ ପୋଲିସ  ସ୍ଥନାୟ ବାସିନ୍ଦା କେହି ଦେଖି ଦେବେ ଏହାର ଡରରେ ସେମାନେ ସୁଧୀରଙ୍କ ମରଶରୀରକୁ ରାସ୍ତା କଡ଼ରେ ଫୋପାଡି ଦେଇ ସେଠାରୁ କାର ଦେଇ  ଉତ୍ତରପ୍ରଦେଶ ଚାଲିଯାଇଥିଲେ। ପରେ  ୯ ତାରିଖ ଦିନ ଏମନେ ରାଉରକେଲାର ଏକ ଲଜ ରହୁଥିବାର ଖବର ପାଇଁ ପୋଲିସ ଚଢାଉ କରିଥିଲା ଓ  ଏହି ଦୁଇ ଜଣଙ୍କୁ  ଗିରଫ କରିଥିଲା। ଆଜି ସେମାନଙ୍କୁ  କୋର୍ଟ ଫରଓ୍ବାର୍ଡ କରିଥିବାର ସୂଚନା ଦେଇଛନ୍ତି କୋରାପୁଟ ଏସପି।

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

4 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

21 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

34 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

43 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

46 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago