କୋରାପୁଟରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର

କୋରାପୁଟ (କେନ୍ୟୁଜ): ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । କୋରାପୁଟ ଜିଲ୍ଲା କାକଲପଡା ଜଙ୍ଗଲ ନିକଟରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ସହ କାର୍‌ ଜବତ କଲା ଲମତାପୁଟ ଓ ମାଛକୁଣ୍ଡ ପୋଲିସ । କାଙ୍ଗରପଡା ଅଞ୍ଚଳରୁ ଦିଲ୍ଲୀ ଓ ହରିୟାଣାକୁ ଗଞ୍ଜେଇ ଚାଲାଣ ହେଉଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷରୁ ଅଧିକ ଟଙ୍କା ହେବ । କାକଲପଡା ଗାଁ ନିକଟ ଜଙ୍ଗଲରେ ଗଞ୍ଜେଇ ଚାଲାଣ ଖବରପାଇ ପୋଲିସ ଅତର୍କିତ ଚଢାଉ କରିଥିଲା । ପୋଲିସକୁ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ଗଞ୍ଜେଇ ମାଫିଆ । ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ନନ୍ଦପୁର ଏସଡିପିଓ ।

Leave A Reply

Your email address will not be published.