ମିଷ୍ଟର କଲଚର୍ ୱାର୍ଲ୍ଡ ଇଣ୍ଡିଆ ୨୦୨୨ ପ୍ରତିଯୋଗିତାରେ ବିଜୟ ମୁକୁଟ ପିନ୍ଧିଲେ କୋରାପୁଟ ପୁଅ

(କେନ୍ୟୁଜ): ଦକ୍ଷତା ଓ ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି । ନିକଟରେ ଓଡିଶାର କୋରାପୁଟର ପୁଅ ଜିନାଥ କୁମାରଙ୍କୁ ମିଷ୍ଟର କଲଚର୍ ୱାର୍ଲ୍ଡ ଇଣ୍ଡିଆ ୨୦୨୨ ର ବିଜୟ ମୁକୁଟ ପିନ୍ଧାଇ ସାମ୍ନାନିତ କରାଯାଇଛି । ଜିନାଥଙ୍କ ବୟସ ୨୩ ବର୍ଷ, ସେ MBBS ର ଶେଷ ବର୍ଷର ଛାତ୍ର । ଓଡ଼ିଶାର @ hitech_hospitalରେ ମେଡ଼ିସିନ ବିଭାଗରେ ସେ ଅଧ୍ୟୟନ କରୁଛନ୍ତି।
ଜିନାଥ ଜଣେ ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଅଭିନୟ, ନୃତ୍ୟ କଳାରେ ତାଙ୍କର ଦକ୍ଷତା ରହିଛି । ଏଥି ସହିତ ସେ ଅନ୍ୟମାନଙ୍କୁ ବିପଦ ଆପରେ ସାହାଯ୍ୟ କରିବାକୁ ସବୁ ବେଳେ ଆଗ୍ରହୀ ଥାନ୍ତି । ତେବେ ଜିନାଥଙ୍କ ଏହି ପରି ସାମାଜିକ କାର୍ଯ୍ୟକଳାପ ବିଭିନ୍ନ ପ୍ରାନ୍ତରେ ଆଲୋଚନାର ବିଷୟ ପାଲଟିଛି, ତେଣୁ ପେସାରେ ଜଣେ ଡାକ୍ତରୀ ଡାକ୍ତର ହେବେକୁ ଥିଲେ ମଧ୍ୟ ମାନବ ସେବାକୁ ସଦା ସର୍ବଦା ପ୍ରାଧାନ୍ୟ ଦେବାକୁ ଚାହୁଁଛନ୍ତି।
ରାଞ୍ଚିରେ ଅନୁଷ୍ଠିତ ହୋଇଥିବା ଗ୍ଲୋବାଲ୍ ମଡେଲ୍ ଇଣ୍ଡିଆ ଫ୍ୟାଶନ୍ ଇନକ୍ଲୁସିଭିଟି ସୋ ୨୦୨୨ ଜିନାଥ କୁମାରଙ୍କୁ ମିଷ୍ଟର କଲଚର୍ ୱାର୍ଲ୍ଡ ଇଣ୍ଟରନ୍ୟାସନାଲ୍ ପାଇଁ ମନୋନୀତ କରାଯାଇଥିଲା। ତେବେ ପ୍ରତିଯୋଗିତାର ୫ମ ଏଡିସନରେ ଆସନ୍ତା ମାସରେ ଭିଏତନାମରେ ଭାରତର ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। ଯେଉଁଠାରେ ସମଗ୍ର ବିଶ୍ୱରେ ସାଂସ୍କୃତିକ ରାଷ୍ଟ୍ରଦୂତମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ।