ନୂଆ ରୂପରେ ସଜେଇ ହୋଇଛି କୋରାପୁଟ ଷ୍ଟାଡିୟମ, ଆକର୍ଷିତ ହେଉଛନ୍ତି ଖେଳାଳି

କୋରାପୁଟ(କେ ନ୍ୟୁଜ): ନୂଆ ରୂପରେ ସଜେଇ ହୋଇଛି କୋରାପୁଟ ଷ୍ଟାଡିୟମ। କେବେ ଦିନେ ଜବରଦଖଲରେ ଥିବା ପଡ଼ିଆ ଏବେ କିନ୍ତୁ ରା଼କ୍ୟର ବିଭିନ୍ନ ସ୍ଥାନରୁ ଖେଳାଳିଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛି । ନୂଆବଧୂ ବେଶରେ ସଜେଇ ହୋଇଛି ଷ୍ଟାଡିୟମ । ଫୁଲ ବଗିଚା, ସବୁଜ ଘାସ ସହ ଆକର୍ଷଣୀୟ ପାରମ୍ପରିକ ଚିତ୍ରକଳାରେ ଝଲସି ଉଠୁଛି ଷ୍ଟାଡିୟମ । କୋରାପୁଟରେ ସ୍ଥାନୀୟ ଖେଳାଳିଙ୍କ ଅଭ୍ୟାସ ପାଇଁ ଷ୍ଟାଡିୟମଟିଏ ନଥିବାର ଅଭିଯୋଗ ହେବା ପରେ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଏହାକୁ ସଜାଡ଼ିବାକୁ ପ୍ରୟାସ ଆରମ୍ଭ କରାଯାଇଥିଲା ।

ଜବରଦଖଲ ଉଚ୍ଛେଦ କରାଯାଇ ଏହାର ପୁନର୍ନିମାଣ କରାଯାଇଥିଲା। ବର୍ତ୍ତମାନ ଏଠାରେ ସମସ୍ତ ଆନୁସଙ୍ଗିକ ସୁବିଧା ଥାଇ ଷ୍ଟାଡିୟମ ଖେଳାଳିଙ୍କ ଲାଗି ଉନ୍ମୁକ୍ତ ହୋଇଛି। ମହିଳାଙ୍କ ଲାଗି ସ୍ୱତନ୍ତ୍ର କୋର୍ଟ ସହ ପଡ଼ିଆର ସୁରକ୍ଷା ଲାଗି ସିସିଟିଭି କ୍ୟାମେରା ଲଗାଯାଇଛି। ଆଗାମୀ ଦିନରେ ଏଠାରେ ଅଭ୍ୟାସ କରି ଜାତୀୟ, ଅନ୍ତର୍ଜାତୀୟ ସ୍ତରର ଖେଳାଳି ବାହାରିବେ ବୋଲି ଆଶା ରହିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.