ଗଞ୍ଜେଇ ଚୋରା ଚାଲାଣ ସନ୍ଦେହରେ ପିକ୍ଅପ ଭ୍ୟାନକୁ ଅପହରଣ କରି ଡକାୟତି କରିଥିବା ଘଟଣା, ୩ ଗିରଫ

କୋରାପୁଟ(କେନ୍ଯୁଜ୍):ଗାଡି ଚୋରି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି କୋରାପୁଟ ଟାଉନ ପୋଲିସ । ଗଞ୍ଜେଇ ଚୋରା ଚାଲାଣ ସନ୍ଦେହରେ ପିକ୍ଅପ ଭ୍ୟାନକୁ ଅପହରଣ କରି ଡକାୟତି କରିଥିବା ଘଟଣାରେ ଗିରଫ କରାଯାଇଛି । ଛତିଶଗଡର ୨ ଜଣ ବ୍ୟବସାୟୀ ପାଡୁଆ ଥାନା ଅଞ୍ଚଳରୁ ପଣସ କ୍ରୟ କରି ଫେରୁଥିବା ବେଳେ କିଛି ଦୁର୍ବୃତ୍ତ କୋରାପୁଟ ସେମଲିଗୁଡା ଏନଏଚରେ ଗାଡିକୁ ଅଟକାଇ ଥିଲେ ।
ପରେ ଗାଡିକୁ ଚିନ୍ଦ୍ରି ନିକଟ ଜଙ୍ଗଲକୁ ନେଇ ମାଡ ମାରି ୫୩ ହଜାର ଟଙ୍କା ଛଡାଇ ନେଇଥିଲେ । ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହୋଉଥିବା ସନ୍ଦେହ କରି ଗାଡିକୁ ଯୁବକମାନେ ଅପହରଣ କରିନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ।