ମାଓମୁକ୍ତ ପରେ ଗଞ୍ଜେଇ ମୁକ୍ତ ହେବ କୋରାପୁଟ : ଡିଜି ୱାଇ ବି ଖୁରାନିଆ

କୋରାପୁଟ : ମାଓମୁକ୍ତ ହୋଇଛି କୋରାପୁଟ ଜିଲ୍ଲା । ଏବେ ଗଞ୍ଜେଇ ମୁକ୍ତ କରାଯିବ ।  କୋରାପଟ ଗସ୍ତରେ ଯାଇ ପୋଲିସର ଗଞ୍ଜେଇ ଦମନ ଲକ୍ଷ୍ୟ ନେଇ ସ୍ପଷ୍ଟ କରିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ।  ଦିନିକିଆ ଗସ୍ତରେ କୋରାପୁଟରେ ପହଞ୍ଚିବା ପରେ ବିଏସଏଫ କ୍ୟାମ୍ଫ ଯାଇ ସେଠାରେ ଆଲୋଚନା କରିଥିଲେ ।  ପରେ ଏସଓଜି ତାଲିମକେନ୍ଦ୍ର ଓ ପରେଡିବିଏଫ କ୍ୟାମ୍ଫକୁ ବି ପରିଦର୍ଶନ କରି ସ୍ଥିତି ପରଖିଥିଲେ ।

ପୋଲିସ କାର୍ଯ୍ୟାଳୟରେ ବିଭାଗର ବିଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ ।  ଜିଲ୍ଲାର ସୀମା ସୁରକ୍ଷାକୁ ଗୁରୁତ୍ବ ଦିଆଯିବା ସହ ଅଧିକାଂଶ ଥାନାର ନବୀକରଣ ହେବ ବୋଲି କହିଛନ୍ତି ଡିଜିପି ।  ମାଓ ଦମନ ଉପରେ ଗୁରୁତ୍ୱାରୋପ କରାଯିବ ।  ଜିଲ୍ଲାରେ ଗଞ୍ଜେଇ ଚାଷ ସମ୍ପୂର୍ଣ୍ଣ ନିପାତ କରିବାକୁ ପୋଲିସ ବଦ୍ଧପରିକର ବୋଲି କହିଛନ୍ତି ପୋଲିସ ଡିଜି ।  ପୋଲିସ ଲୋକଙ୍କ ପାଇଁ ଓ ଲୋକଙ୍କ ସହ ରହିଛି ।  ଲୋକମାନେ ପୋଲିସ ଉପରେ ଭରସା ରଖିବାକୁ ସେ କହିଛନ୍ତି ।

You might also like