ନିଜ ନାଁରେ ଦୁର୍ବ୍ୟବହାର ମାମଲା ରୁଜୁ କଲେ କୋରେଇ IIC, କାରଣ ଥିଲା କିଛି ଏମିତି

ଯାଜପୁର ରୋଡ଼(କେନ୍ୟୁଜ୍): ପୋଲିସ ନାମରେ ଅଭିଯୋଗ । ନିଜ ନାମରେ ନିଜେ ମାମଲା ରୁଜୁ କଲେ କରୋଇ ଆଇଆଇସି ।ଏକ ଟ୍ରାକଟର ଗାଡି ଚୋରି ଘଟଣାର ତଦନ୍ତ ସମୟରେ ଦଳିତ ଦମ୍ପତିଙ୍କୁ ଦୁର୍ବ୍ୟବହାର ଏବଂ ମାଡ ମାରିବା ଅଭିଯୋଗରେ କୋରେଇ ଥାନା ଅଧିକାରୀ ଶ୍ରବଣ ମହାରଣା  ନିଜ ନାମରେ ନିଜେ ନିଜ ଥାନାରେ ମାମଲା ରୁଜୁ କରିଛନ୍ତି। ଯାଜପୁର ଏସପି ରାହୁଲ ପିଆରଙ୍କ ନିର୍ଦ୍ଦେଶରେ ଏହି ମାମଲା ରୁଜୁ କରାଯାଇଥିବା ବେଳେ ଡିଏସପି ପ୍ରମୋଦ କୁମାର ମଲିକ ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଛନ୍ତି। ଗତକାଲି ଅତିରିକ୍ତ ଏସପି ନାରାୟଣ ବାରିକ, ଡିଏସପି ପ୍ରମୋଦ ମଲିକ ଏବଂ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ପୀଡ଼ିତାଙ୍କ ଘରେ ପହଂଚି ଅଭିଯୋଗ ସମ୍ପର୍କରେ ତଦନ୍ତ କରିବା ସହ କୋରେଇ ଥାନା ସିସିଟିଭି ଫୁଟେଜକୁ ଯାଞ୍ଚ କରିଛନ୍ତି।

ଟ୍ରାକଟର ଚୋରୀ ଘଟଣାରେ କୋରେଇ ଥାନା ଛଞ୍ଚାଣିଆ ଗ୍ରାମର ବଳରାମ ଜେନାଙ୍କୁ କୋରେଇ ପୋଲିସ ଉଠାଇ ନେଇ ୫ ଦିନ ହାଜତରେ ରଖି ଅକଥନୀୟ ନିର୍ଯ୍ୟାତନା ଦେଇଥିବା ଓ ତାଙ୍କ ପତ୍ନୀ ଗୀତାଞ୍ଜଳି ଏ ସମ୍ପର୍କରେ ଥାନାକୁ ପଚାରିବାକୁ ଆସିଥିବା ବେଳେ ତାଙ୍କୁ କୋରେଇ ଥାନା ଅଧିକାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ନିଜେ ଯାଜପୁର ଏସପି ରାହୁଲ ପିଆର୍ ସୁପରଭିଜନ୍ କରୁଥିବା ଜାଣିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.