କୋଟିଆ ସୀମା ବିବାଦ: ସମାଧାନ ନେଇ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜ୍ୟ ସରକାର

କୋରାପୁଟ(କେନ୍ଯୁଜ୍):କୋଟିଆ ସୀମା ବିବାଦ ସମାଧାନ ନେଇ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାଜ୍ୟ ସରକାର । ଆର୍ଟିକିଲ ୧୩୧ ଧାରାକୁ ସାମ୍ବିଧାନିକ ମାନ୍ୟତା ଦେଇ ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନର ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରି ରାଜ୍ୟ ସରକାର ପିଟିସିନ ଦାଖଲ କରିଛନ୍ତି ।

ଆନ୍ଧ୍ର ଅଧିକାରୀଙ୍କୁ କୋଟିଆ ସୀମା ଭିତରେ ପ୍ରବେଶ ନିଶେଧ ସହ ବିନା ବାଧାରେ କୋଟିଆବାସୀ ଯେଭଳି ସେମାନଙ୍କ କାର୍ଯ୍ୟ କରିବେ ସେନେଇ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ଓକିଲ ଶିବ ପ୍ରସାଦ ମିଶ୍ର ସୁପ୍ରିମ୍‌କୋଟ୍‌ରେ ଚଳିତମାସ ୪ ତାରିଖରେ ପିଟିସିନ ଦାଖଲ କରିଛନ୍ତି ।

ପୂର୍ବରୁ ରାଜ୍ୟ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ ଲାଗି ରହିଥିଲେ ୧୩୧ ଧାରା ଅନୁଯାୟୀ ସୁପ୍ରିମ୍‌କୋର୍ଟରେ ବିଚାର ହୋଇପାରିବ ନାହିଁ ବୋଲି କୋର୍ଟ କହିଥିଲେ । ତେବେ ଏହି ଧାରାକୁ ଉଛେଦ କରି ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ କୋଟିଆକୁ ନେଇ ଦେଖାଦେଇଥିବା ସୀମା ବିବାଦର ତୁରନ୍ତ ବିଚାର କରି ସମାଧାନ କରିବାକୁ ଓଡିଶା ପକ୍ଷରୁ ସୁପ୍ରିମ୍‌କୋର୍ଟଙ୍କୁ ନିବେଦନ କରାଯାଇଛି । ଓଡ଼ିଶା ସରକାରଙ୍କ ଏଭଳି ପଦକ୍ଷେପକୁ ଆମ କୋଟିଆ ସଂଗଠନ, କୋରାପୁଟ ବିକାଶ ପରିଷଦ ଓ ବିଜେଡି ଦଳ ପକ୍ଷରୁ ସ୍ୱାଗତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.