ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି, ଓଡ଼ିଶାର ଆବେଦନ ଉପରେ ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ କଲେ କୋର୍ଟ

ଆସନ୍ତା ଶୁକ୍ରବାର ପରବର୍ତ୍ତୀ ଶୁଣାଣି

ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି। ଓଡ଼ିଶାର ଆବେଦନ ଉପରେ ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ କଲେ କୋର୍ଟ। ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଆସନ୍ତା ଶୁକ୍ରବାର ପରବର୍ତ୍ତୀ ଶୁଣାଣି ହେବ। କୋଟିଆରେ ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଓଡ଼ିଶା ସରକାର ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରିଥିଲେ।

କୋଟିଆ ବିବାଦ ନେଇ ସୁପ୍ରିମକୋର୍ଟ ପୂର୍ବରୁ ପ୍ରଦାନ କରିଥିବା ସ୍ଥିତାବସ୍ଥା ବଜାୟ ନିର୍ଦ୍ଦେଶ ଉଲ୍ଲଙ୍ଘନ କରି ଆନ୍ଧ୍ର ନିର୍ବାଚନ କରୁଥିବା ଆବେଦନରେ ଦର୍ଶାଯାଇଥିଲା। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ନେଇ ମାମଲା ଦାୟର ହୋଇଥିଲା। ଏଥିରେ ଆନ୍ଧ୍ରପ୍ରଦେଶ ମୁଖ୍ୟ ଶାସନ ସଚିବ, ବିଜୟନଗରମ୍‌ ଜିଲ୍ଲାପାଳ ଓ ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ଆସନ୍ତାକାଲି ଓ ୧୭ ତାରିଖରେ କୋଟିଆର ତିନିଟି ଗାଁରେ ନିର୍ବାଚନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.