ଆସନ୍ତାକାଲିଠୁ କିଟ୍ ରେ ଆରମ୍ଭ ହେବ କ୍ରୀଡ଼ା ମହାକୁମ୍ଭ, ଭାଗ ନେବେ ୧୫ ହଜାର ଖେଳାଳି
ଭୁବନେଶ୍ୱର : ଆସନ୍ତାକାଲିଠୁ କିଟ୍ ରେ ଆରମ୍ଭ ହେବ କ୍ରୀଡ଼ା ମହାକୁମ୍ଭ । କାଲିଠାରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହୋତ୍ସବ। ଭାଗ ନେବେ ୧ ହଜାରରୁ ଊର୍ଦ୍ଧ୍ବ ବିଶ୍ବବିଦ୍ୟାଳୟରୁ ୧୫ ହଜାର ଖେଳାଳି। ଭାଗନେବାକୁ ଥିବା ଖେଳାଳିଙ୍କ ମଧ୍ୟରେ ଅଛନ୍ତି ଅଲିମ୍ପିଆନ, ଏସିଆନ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାବିତ୍।
ଏହାସହ ଯୋଗ ଦେବେ ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଏବଂ ଅଲିମ୍ପିକ କୋଚ୍। କିଟ୍ ଓ ଭାରତୀୟ ବିଶ୍ବବିଦ୍ୟାଳୟ ସଂଘ ମିଳିତ ଆନୁକୂଲ୍ୟରେ ଏହି କ୍ରୀଡ଼ା ମହାକୁମ୍ଭ ଆୟୋଜନ କରାଯାଉଛି। ସମସ୍ତ ଖେଳାଳିଙ୍କ ପାଇଁ କିଟ୍ ରେ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି। କ୍ରୀଡ଼ା ପ୍ରତିଯୋଗିତା ଯେପରି ସୁରୁଖୁରୁରେ ସମାପନ ହେବ ସେ ନେଇ ଯତ୍ନବାନ ରହିବାକୁ କିସ୍ ଓ କିଟ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିଟ୍ କ୍ରୀଡ଼ା ବିଭାଗ ଓ ଏହାସହ ସମ୍ପୃକ୍ତ କିଟ୍ ର କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି।