ପୂର୍ବତନ କମିସନର କ୍ରିଷନ କୁମାରଙ୍କୁ ବିଏମସି ପ୍ରଶାସକ ଭାବେ ନିଯୁକ୍ତି ଦେଲେ ସରକାର

ଭୁବନେଶ୍ବର(କେନ୍ୟୁଜ୍) : ପୂର୍ବତନ କମିସନର କ୍ରିଷନ କୁମାରଙ୍କୁ ବିଏମସି ଦାୟିତ୍ୱ । ବିଏମସିର ଚଳିତ କାର୍ଯ୍ୟକାଳ ଶେଷ ହେବା ପରେ କ୍ରିଷନ କୁମାରଙ୍କୁ ପରିଚାଳନା ଦାୟିତ୍ୱ ଦିଆଯାଇଛି । ସରକାର ତାଙ୍କୁ ବିଏମସି ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି । ନିର୍ବାଚନ ହୋଇ କାଉନସିଲର ଗଠନ ହେବା ପର୍ଯ୍ୟନ୍ତ କ୍ରିଷନ ଏହି ଦାୟିତ୍ୱରେ ରହିବେ । ୨୦୧୪ରେ ଲଗାତାର ଦ୍ୱିତୀୟ ଥର ପାଇଁ ବିଜେଡି ମୋଟ ୬୭ଟି ଆସନରୁ ୪୯ଟିି ସିଟ ଜିତି ପୂର୍ଣ୍ଣ ବହୁମତ ହାସଲ କରିଥିଲା । କାର୍ଯ୍ୟକାଳ ସରିବା ପୂର୍ବରୁ ଗତ ମଙ୍ଗଳବାର ପ୍ରତିନିଧିଙ୍କ ଶେଷ ବୈଠକ ବସିଥିଲା । ସୁପ୍ରିମକୋର୍ଟରେ ପୌରନିର୍ବାଚନ ଜନିତ ମାମଲାର ଶୁଣାଣି ଚାଲିଥିବାରୁ ନିକଟ ଭବିଷ୍ୟତରେ ବିଏମ୍‌ସି ନିର୍ବାଚନ ହେବାର ସମ୍ଭାବନା କମ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.