ଭୁବନେଶ୍ବର : ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ କୃଷି ମହୋତ୍ସବ । ସଚିବାଳୟର ପାମ୍ କୋର୍ଟରେ ମାସ୍କଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ଚଳିତ ବର୍ଷର ମାସ୍କଟ ରହିଛି ’କନ୍ଦମୂଳ’ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଶିଳ୍ପ ମହାସଂଘର ସହଯୋଗରେ କୃଷି ମହୋତ୍ସବ ହେବ । ୧୯ ତାରିଖ ଯାଏଁ ଏହା ଚାଲିବ । ଏଥିରେ ଅଭିଜ୍ଞ ବିଶେଷଜ୍ଞ ଯୋଗଦେଇ ଆଧୁନିକ ଜ୍ଞାନ କୈଶଳ ବିଷୟରେ ଆଲୋଚନା କରିବେ । ଏଥିସହ କୃଷକ ବୈଜ୍ଞାନିକଙ୍କ ମଧ୍ୟରେ ୭ଟି ବିଷୟରେ ମତ ବିନିମୟ ହେବ ।
Next Post