ରହସ୍ୟଘେରରେ ଛାତ୍ରୀ କୃତ୍ତିକା ମିଶ୍ର ଆତ୍ମହତ୍ୟା ଘଟଣା, ସାମ୍ନାକୁ ଆସୁଛି କୃତ୍ତିକାଙ୍କ ନୂଆ ନୂଆ ଇନଷ୍ଟାଗ୍ରାମ ମେସେଜ୍
ଭୁବନେଶ୍ୱରରେ ଅଷ୍ଟମ ଶ୍ରେଣୀ ଛାତ୍ରୀ କୃତ୍ତିକା ମିଶ୍ର ଆତ୍ମହତ୍ୟା ଘଟଣାକୁ ନେଇ ବଢୁଛି ସସପେନ୍ସ । ଆତ୍ମହତ୍ୟାକୁ ନେଇ ଯେତିକି ଚର୍ଚ୍ଚା ହେଉନି ତାଠାରୁ ବେଶି ଚର୍ଚ୍ଚା ହେଉଛି କୃତ୍ତିକା ଛାଡି ଯାଇଥିବା ଅସମାହିତ ସନ୍ଦେଶ । ପରିବାର ଲୋକେ ଏନେଇ କୌଣସି ଅଭିଯୋଗ କରି ନଥିଲେ ମଧ୍ୟ, ପୋଲିସ ଚଲାଇଛି ତନାଘନା ।
ରହସ୍ୟଘେରରେ ଛାତ୍ରୀ କୃତ୍ତିକା ମିଶ୍ର ଆତ୍ମହତ୍ୟା ଘଟଣା । ସାମ୍ନାକୁ ଆସୁଛି କୃତ୍ତିକାଙ୍କ ଗୋଟିଏ ପରେ ଗୋଟିଏ ଇନଷ୍ଟାଗ୍ରାମ ମେସେଜ୍ । ଇନଷ୍ଟାଗ୍ରାମ ପୋଷ୍ଟ-୧ । ଯେଉଁଥିରେ କୃତ୍ତିକା ଲେଖିଛି… ଇଟସ ଏ ବିଗ୍ ସିକ୍ରେଟ । କାହାକୁ କହିବୁନି । ଲୋକ ଜାଣିଗଲେ ବହୁତ ପ୍ରୋବ୍ଲେମ ହେବ । ୟୁ କାନ ଅଣ୍ଡର ଷ୍ଟାଣ୍ଡ ରାଇଟ୍ ?
ନଜର ପକାନ୍ତୁ ଇନଷ୍ଟାଗ୍ରାମର ଦ୍ୱିତୀୟ ପୋଷ୍ଟକୁ । ଯେଉଁଥିରେ କୃତ୍ତିକାଙ୍କୁ କେହି ଜଣେ ପଚାରିଛି ‘ହୋୟାର ଆର ୟୁ ଗୋଇଂ । ଉତ୍ତର ଥିଲା-(ହେଲ୍, ମେ ବି ହାଭେନ୍ । ଆଇ ଉଇଲ୍ ଟେକ୍ ୟୁ, ଟୁମୋରୋ ଫର ସିୟୁର । ଏ ଦୁଇଟି ଥିଲା କୃତ୍ତିକାଙ୍କ ଆତ୍ମହତ୍ୟା ପୂର୍ବର ଇନଷ୍ଟାଗ୍ରାମ ପୋଷ୍ଟ । ଏବେ ଦେଖନ୍ତୁ ମୃତ୍ୟୁ ପରେ କୃତ୍ତିକାଙ୍କ ଜଣେ ସାଙ୍ଗ ଲେଖିଥିବା ପୋଷ୍ଟ ଉପରେ -ଆମେ ଦୁଇଜଣ କ୍ଲୋଜ ଫ୍ରେଣ୍ଡ ଥିଲେ । ସବୁକିଛି ଆମେ ସେୟାର କରୁଥିଲେ । ଆଉ ଏସବୁ ପୋଷ୍ଟ ଭାଇରାଲ ହେବା ପରେ ଅନେକ ଅକୁହା ପ୍ରଶ୍ନ ସାମ୍ନାକୁ ଆସିଛି । କୃତ୍ତିକା ଲେଖିଥିବା ସିକ୍ରେଟର ଉତ୍ତର କ’ଣ ହୋଇଥାଏ ପାରେ ?
କୃତ୍ତିକା ସହ କ’ଣ ହୋଇଥିଲା, ଯାହା ଲୋକେ ଜାଣିଲେ ପ୍ରୋବ୍ଲ୍ଲେମ ହେବ ବୋଲି କହିଛି କୃତ୍ତିକା? ଯାହାର ଉତ୍ତର ଖୋଜୁଛି କମିଶନରେଟ ପୋଲିସ । ସେପଟେ ପରିବାର ଲୋକେ ଥାନାରେ କୌଣସି ଅଭିଯୋଗ କରି ନାହାନ୍ତି । ତେଣୁ ପୋଲିସ କେଉଁ ଦିଗକୁ ନେଇ ତଦନ୍ତ କରିବ ତାହା ଉପରେ ନଜର ରହିଛି । ସେପଟେ ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ କୃତ୍ତିକା ଲେଖିଥିଲା ବାଏ ବାଏ ପିପୁଲ ! ମୁଣ୍ଡରେ ବି ଲେଖିଥିଲା ପରଫେକ୍ଟ । ତେଣୁ ଏସବୁକୁ ଦେଖିଲେ କୃତ୍ତିକା ମାନସିକ ଚାପରେ ଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ଏବେ ସବୁଠି ଚର୍ଚ୍ଚା କୃତ୍ତିକାଙ୍କ ରହସ୍ୟ ଜନକ ମୃତ୍ୟୁ ଉପରୁ ପରଦା ହଟିବ ନା ସବୁଦିନ ପାଇଁ ସସପେନ୍ସରେ ରହିଯିବ ?