ଗୁଳି ଫୁଟାଇ ଆତଙ୍କ ଖେଳାଉଥିଲେ, ଗିରଫ କଲା କୁଆଖିଆ ପୋଲିସ

ଯାଜପୁର(କେ ନ୍ୟୁଜ): ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରୁଥିବା ୬ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କୁଆଖିଆ ପୋଲିସ । ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ନଠୁଆବର ପଂଚାୟତ ଆଦମପୁର ଛକ ନିକଟରେ ୬ଜଣ ଯୁବକ ଗୁଳି ଫୁଟାଇ ସାଧାରଣରେ ଆତଙ୍କ ସୃଷ୍ଟି କରୁଥିଲେ । ଯୁବକମାନେ ରାସ୍ତା କଡରେ ମଦ୍ୟପାନ କରିବା ସହ ଏଭଳି ଅସାମାଜିକ କାର୍ଯ୍ୟ କରୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ ।

ଏନେଇ ଲୋକେ କୁଆଖିଆ ପୋଲିସକୁ ଖବର ଦେଇଥିଲେ । ଅଭିଯୋଗ ପାଇ ପୋଲିସ ୬ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା ।  ସେମାନଙ୍କଠାରୁ ପୋଲିସ ଏକ ଏୟାର ପିସ୍ତଲ ଜବତ କରିଛି । ଅଭିଯୁକ୍ତ ୬ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.