ଆମେରିକା ଆଟଲାଣ୍ଟା ସହରରେ କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ, ଭରଚ୍ଯୁଆଲରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍: ଆମେରିକା ମହାଦେଶର ଆଟଲାଣ୍ଟା ସହରରେ ପାଳିତ ହୋଇ ଯାଇଛି ଓଡ଼ିଶାର ପର୍ବ କୁମାର ପୂର୍ଣ୍ଣିମା। ଓଡିଶା ସୋସାଇଟି ଅଫ ଆମେରିକା ପକ୍ଷରୁ ଆୟୋଜିତ ଏହି କୁମାର ଉତ୍ସବ କାର୍ଯ୍ୟକ୍ରମରେ ୫୦୦ ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ ଓ ଅନ୍ୟ ଭାରତୀୟ ଯୋଗ ଦେଇଥିଲେ। ଦୁଲୁଥ ଉଚ୍ଚ ବିଦ୍ୟାଳୟରେ ଏକତ୍ରିତ ହୋଇ ବହୁତ ଆଡ଼ମ୍ବରରେ କୁମାର ଉତ୍ସବ ପାଳନ କରିଥିଲେ। ଏହି ମହୋତ୍ସବର ଶୁଭାରମ୍ଭ କରିଥିଲେ ମୁଖ୍ୟ ଅତିଥି MOS for external affairs and parliamentary affairs Hon Shri V Muraleedharan and Hon CGI Dr. Swati Kulkarni ମୁଖ୍ୟ ଅତିଥି ଭାବେ ଭାଷଣ ମାଧ୍ୟମରେ ଓଡ଼ିଶାର ଇତିହାସର କିଛି ପୃଷ୍ଠା ଉନ୍ମୋଚନ କରି ସମଗ୍ର ବିଶ୍ୱରେ ଓଡ଼ିଶାର ଗର୍ବ ଓ ଗୌରବର ଚର୍ଚ୍ଚା କରିଥିଲେ। ଓଡିଶା ରାଜ୍ୟପାଳ ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭରଚ୍ଯୁଆଲ ବାର୍ତା ଉପସ୍ଥିତ ପ୍ରବାସୀ ଓଡ଼ିଆଙ୍କୁ ବେଶ ଆନନ୍ଦ ଦେଇଥିଲା।

ଦୀର୍ଘ ଚାରି ଘଣ୍ଟାରୁ ଉର୍ଦ୍ଧ ଏହି ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶୀ, ସମ୍ବଲପୁରୀ, ଭାରତନାଟ୍ୟମ, କଥକ ଭଳି ନୃତ୍ୟ ବିଦେଶରେ ଭାରତୀୟ ପରିବେଶ ସୃଷ୍ଟି କରିଥିଲା। ପଲ୍ଲୀ କବି ସଚ୍ଚି ରାଉତରାୟଙ୍କ ରଚିତ ଛୋଟ ମୋର ଗାଁ ଟି ବିକ୍ଷିପ୍ତା ପଣ୍ଡା ଓ ସହଯୋଗୀଙ୍କ ଦ୍ଵାରା ପରିବେଷଣ ହୋଇଥିଲା ବେଳେ ଏହା ଉପସ୍ଥିତ ପ୍ରବାସୀଙ୍କୁ ନିଜ ଜନ୍ମମାଟିକୁ ନେଇ ଭାବବିହ୍ଵଳ କରି ଦେଇଥିଲା। କୁମାର ପୂର୍ଣ୍ଣିମା ପାଳନର ଆଧ୍ୟାତ୍ମିକ ଓ ବୈଜ୍ଞାନିକ ତତ୍ତ୍ୱ ଉପରେ ଵକ୍ତାମାନେ ଅଭିଭାଷଣ ରଖିଥିବା ବେଳେ ଆମେରିକାରେ ଓଡ଼ିଶାର ଏଭଳି କାର୍ଯ୍ୟକ୍ରମ ପ୍ରବାସୀ ଓଡ଼ିଆଙ୍କୁ ଏକତ୍ୱ ସୂତ୍ରରେ ବାନ୍ଧି ରଖିପାରିଛି।

NAVEEN

ଏଥିସହିତ ରାଣୀ ଆଚାର୍ଯ୍ୟଙ୍କ ନିର୍ଦେଶନାରେ ମୋ ଓଡିଶା , ସ୍ବାଗତଂ ଇତ୍ୟାଦି ସଂଗୀତ ଉଲ୍ଲାସ, ଆନନ୍ଦ ଓ ଉଦ୍ଦୀପନାର ଶ୍ରୋତ ସୃଷ୍ଟି କରିଥିଲା। ଛୋଟ ପିଲା ଏବଂ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସମର୍ପିତ ବିଭିନ୍ନ ନାଚ ଦର୍ଶକ ମାନଙ୍କୁ କରିଥିଲା ମନ୍ତ୍ରମୁଗ୍ଧ। ରେବତୀ ସେଠୀଙ୍କ ତତ୍ଵାବଧାନରେ ନିୟୋଜିତ ସମ୍ବଲପୁରୀ ନାଚ, ଓ ସୁଜୟା ଦାଶଙ୍କ ପ୍ରଯୋଜିତ ଛୋଟ ପିଲାଙ୍କ ନାଚ ଥିଲା ସାଂସ୍କୃତିକ କାର୍ଯ୍ୟକ୍ରମର ଅନ୍ୟତମ ବିଶେଷ ଆକର୍ଷଣ । ଓସେହିପରି ଓଲିଉଡ଼ର ପ୍ରଖ୍ୟାତ ଗାୟକ ସ୍ୱୟଂ ପାଢ଼ୀଙ୍କ ଦ୍ୱାରା ପ୍ରଦର୍ଶିତ କିଛି ଅଭୁଲା ଓ କିଛି ଆଧୁନିକ ସଂଗୀତ ଦର୍ଶକଙ୍କୁ ସ୍ମୃତିର ନଉକାରେ ଫେରେଇ ନେଇଥିଲା ଅତୀତକୁ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଷା-ଜର୍ଜିଆ ଅନୁଷ୍ଠାନର ମୁଖ୍ୟକର୍ତ୍ତା ଶ୍ରୀ ଭବାନୀ ଶଂକର ବକ୍ସି, ଉପସ୍ଥିତ ଦର୍ଶକ ବନ୍ଧୁଗଣଙ୍କୁ ସମ୍ବୋଧନ କରି କୁମାର ଉତ୍ସବର ତାତ୍ପର୍ଯ୍ୟ ତଥା କୁମାର ପୂର୍ଣ୍ଣିମା କାହିଁକି? କାହା ଦ୍ୱାରା କିପରି ପାଳନ କରାଯାଏ ବୁଝେଇବା ସଂଗେ ସଂଗେ କୁମାର ପୂର୍ଣ୍ଣିମା ସହ ଜଡିତ ହେଇଥିବା ବୈଜ୍ଞାନିକ ଓ ଆଧ୍ୟାତ୍ମିକ ମୂଳତତ୍ତ୍ୱର ବି ଚର୍ଚ୍ଚା କରିଥିଲେ। ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା ଶ୍ରୀମତୀ ବିକ୍ଷିପ୍ତ| ପଣ୍ଡା , ଶ୍ରୀ ଲଳିତ ବାରିକ ସମସ୍ତ ଦର୍ଶକ ବନ୍ଧୁ, କଳାକାର, କର୍ମୀ ଓ ପ୍ରୟୋଯୋଗ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏଥିସହିତ କାର୍ଯ୍ୟକ୍ରମ ଶେଷରେ ମନ ଲୋଭା ସ୍ୱାଦିଷ୍ଟ ଭୋଜିର ଆନନ୍ଦ ନେଇଥିଲେ ଉପସ୍ଥିତ ଦର୍ଶକମାନେ। ଏହିପରି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ସଂସ୍କୃତି ତଥା ସଂସ୍କାର ମାଧ୍ୟମରେ ପ୍ରବାସୀ ଓଡ଼ିଆ ବାସି ମାନେ, ଜନ୍ମ ଭୂମି ଓ କର୍ମ ଭୂମି ସହ ଯୋଡି ହେଇ ନିରନ୍ତର ଆନନ୍ଦ ଲାଭ କରି ପାରୁଛନ୍ତି ବୋଲି ଦର୍ଶକମାନେ ମନ୍ତବ୍ୟ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.