କୁମାର ପୂର୍ଣ୍ଣିମା ଚାନ୍ଦର କିରଣରେ ଝଲସୁଛି ପରିବେଶ

ଭୁବନେଶ୍ବର (କେନ୍ୟୁଜ୍) : ଆଜି କୁମାର ପୂର୍ଣ୍ଣିମା । ପୂର୍ଣ୍ଣିମା ଚାନ୍ଦର କିରଣରେ ଝଲସୁଛି ସରା ପରିବେଶ । ଆଉ କୁମାରୀମାନେ ସନ୍ଧ୍ୟାରେ ଚାନ୍ଦ ପୂଜା କରି ଖଇ ବା ଲିଆ ଆଞ୍ଜୁଳି ଟେକି ଏବେ ଖୁସି ମନାଇବାରେ ବ୍ୟସ୍ତ ।  ଘରେ ଘରେ ପିଠାପଣାର ଆସର । ସବୁ ଝିଅ ପିନ୍ଧିଛନ୍ତି ନୂଆ ପୋଷାକ । ରାଜଧାନୀରୁ ଆରମ୍ଭ କରି ପୁରପଲ୍ଲୀ ସବୁଠି କୁମାରି ପୂର୍ଣ୍ଣିମାକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଉଛି ।

KUMAR PURNIMA-2

ପୁଣି ଶୁଭୁଛି ସେଇ ପ୍ରାଚୀନ କାଳର ଗୀତ ‘କୁଆଁର ପୁନେଇ ଜହ୍ନ ଗୋ…ଫୁଲ ବଉଳ ବେଣୀ’ । ରାଜଧାନୀରେ ପାଳନ ହୋଇଥିବା କୁମାର ପୂର୍ଣ୍ଣିମା ଉତ୍ସବକୁ କଏଦ କରିଥିଲା କେନ୍ୟୁଜ୍ କ୍ୟାମେରା ।