ମାଆ ବିରଜାଙ୍କ ପୀଠରେ କୁମାରୋତ୍ସବ ପାଳିତ, ଆଚାର୍ଯ୍ୟଙ୍କୁ ଶିରୋପା ପ୍ରଦାନ

ଯାଜପୁର ଟାଉନ : ଗତକାଲି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ କୁମାର ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇ ଯାଇଛି ା ସକାଳେ ପୂଜାର୍ଚ୍ଚନା ପରେ ସନ୍ଧ୍ୟାରେ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା ା ମାଆଙ୍କ ନିକଟରେ କଉଡ଼ି ଖେଳ କରାଯାଇଥିଲା ା ଏହି ଅବସରରେ ମାଆଙ୍କ ଶାରଦୀୟ ପୂଜାର ଶେଷ ପର୍ବ ଅନୁଷ୍ଠିତ ହେବା ସହ ଆଚାର୍ଯ୍ୟ ହିମାଂଶୁ ପତିମିଶ୍ରଙ୍କୁ ଶିରୋପା ପ୍ରଦାନ କରାଯାଇଥିଲା ା ଏହି ଅବସରରେ ମନ୍ଦିରର ସମସ୍ତ ସେବାୟତ ଉପସ୍ଥିତ ରହିଥିଲେ ା