କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ପଞ୍ଚମ ପର୍ୟ୍ୟାୟ ସାକ୍ଷ୍ୟ ଗ୍ରହଣ ଆରମ୍ଭ

kunduliକୋରାପୁଟ: କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ପଞ୍ଚମ ପର୍ୟ୍ୟାୟ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। ଜୟପୁର ଜିଲ୍ଲା ଜଜ୍ ତଥା କମିଶନରଙ୍କ ନିକଟରେ ସାକ୍ଷ୍ୟ ଗ୍ରହଣ କରାଯାଉଛି। ତଦନ୍ତ ଅଧିକାରୀ ମମତା ପଣ୍ଡା, ସ୍ୱାସ୍ଥ୍ୟକର୍ମୀ ଅନୀମା ପଣ୍ଡା ଓ ଡାକ୍ତର ଅସିତ ପ୍ରଧାନ ସାକ୍ଷ୍ୟ ପ୍ରଦାନ କରୁଛନ୍ତି।

୨୦୧୭ ଅକ୍ଟୋବର ୧୦ ତାରିଖରେ ନାବାଳିକା କୁନ୍ଦୁଲି ହାଟରୁ ଫେରିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ଗତ ଜାନୁଆରୀ ୨୨ ତାରିଖରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ। ସରକାର ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଗତ ମାସରେ ତଦନ୍ତ କମିଶନଙ୍କ ଅବଧି ଶେଷ ହୋଇଥିବାବେଳେ ରାଜ୍ୟ ସରକାର ଏହାକୁ ଜୁଲାଇ ପର୍ୟ୍ୟନ୍ତ ବଢାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.