ଟସର ସୁତା କାଟି ପ୍ରଧାନମନ୍ତ୍ରୀଙ୍କ ମନ କି ବାତରେ ପ୍ରଶଂସିତ କୁନି ଦେହୁରୀ, ଅନ୍ୟମାନଙ୍କୁ କରୁଛନ୍ତି ସ୍ବାବଲମ୍ବୀ

ସହର ପରେ ଗାଁ ଗହଳି ର ମହିଳା ମଧ୍ୟ ଘର କୋଣରେ ନବସି  ସ୍ବାବଲମ୍ବି ହେବାକୁ ଆରମ୍ଭ ହୋଇଛି ପ୍ରୟାସ । ଘର କାମ ସାରିବା ପରେ ଟସର କୋଷାରୁ ସୂତା କାଟିବେ ମିଶନଶକ୍ତି ମହିଳା । ଏଥିପାଇଁ ଆରମ୍ଭ ହୋଇଛି ତାଲିମ୍ ଶିବିର । ଏହି ଶିବିରରେ ଅନେକ ମହିଳା ସାମିଲ ହୋଇଛନ୍ତି ।

ଅନ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛନ୍ତି କେନ୍ଦୁଝର ଜିଲ୍ଲା ଭଗାମୁଣ୍ଡା ଗାଁର କୁନି ଦେହୁରୀ । ଟସର ସୁତା କାଟି ପ୍ରଧାନମନ୍ତ୍ରୀଙ୍କ ମନ କି ବାତରେ ପ୍ରଶଂସିତ ପରେ ଏବେ ସେ ଅନ୍ୟମାନଙ୍କୁ ଦେଉଛନ୍ତି ତାଲିମ । ଘସିପୁରା ବ୍ଲକ ଦେଓଗାଁ ପଞ୍ଚାୟତ ରାଘବପୁର ଗାଁର ମହିଳାମାନେ କେନ୍ଦ୍ରିୟ ବୈଷୟିକ ରେସମ ବୋର୍ଡ , କଟକ ସହାୟତାରେ   ଟସରରୁ ସୂତା କାଟିବା ପଦ୍ଧତି ସମ୍ବଦ୍ଧରେ ବୈଷୟିକ ତାଲିମ ଗ୍ରହଣ କରୁଛନ୍ତି ।  ପର୍ଯ୍ୟାୟ ଭିତ୍ତିରେ ଆଗ୍ରହୀ ଥିବା ଶତାଧିକ ମହିଳାଙ୍କୁ ଏଥିରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । କେନ୍ଦୁଝର ଭଗାମୁଣ୍ତା ଟସର କେନ୍ଦ୍ରର ମାଷ୍ଟର ଟ୍ରେନର କୁନି ଦେହୁରୀ ଏବଂ କେନ୍ଦ୍ରୀୟ ରେସମ ବୋର୍ଡ ର ଟେକନିସିଆନ   ମହିଳାମାନଙ୍କୁ ଟସରରୁ ସୂତା ବାହାର କରିବା କୌଶଳ ଶିକ୍ଷା ଦେଉଛନ୍ତି । ମହିଳା ମାନେ ନିଜ ଘରକାମ ଧନ୍ଦା କରିବା ସହ ସେଥିରୁ ସମୟ ବାହାର କରି ଏହି କାମରେ ମନୋନିବେଶ କରି ନିଜେ ସ୍ବାବଲମ୍ବି ହେବାକୁ ମନ ବଳାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ କି ବାତ୍ ରେ ଭଗାମୁଣ୍ଡା ଟସର କେନ୍ଦ୍ରର ଏହି କୁନି ଦେହୁରୀଙ୍କୁ  ଭୁରି ଭୁରି ପ୍ରସଂଶା କରିବା ପରେ ସେ ନିଜ ପରି ଅନ୍ୟ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ଲାଗି ପଡିଛନ୍ତି । ତାଲିମ ଶିବିରରେ ଘସିପୁରା ବିଡିଓଙ୍କ ସମେତ ମିଶନଶକ୍ତି ସଂଯୋଜକ ପ୍ରମୁଖ ପହଞ୍ଚି ମହିଳାମାନଙ୍କୁ ଉତ୍ସାହିତ କରିବା ସହ  ଏହି କାର୍ଯ୍ୟରେ  ଅଧିକ ରୁ ଅଧିକ ମହିଳାମାନଙ୍କୁ ସାମିଲ କରି  ସ୍ବାବଲମ୍ବୀ କରିବାକୁ ଆଲୋଚନା କରିଛନ୍ତି । ଏଥି ପାଇଁ ବିଭିନ୍ନ ସ୍କିମ୍ ଜରିଆରେ ଆର୍ଥିକ ସହାୟତା ପ୍ରଦାନ ନେଇ ବିଡିଓ ଦୃଢକ୍ତି ପ୍ରକାଶ କରିଛନ୍ତି।

ସମୟ ବଦଳିଛି । ସମୟ ସହିତ ତାଳ ଦେଇ ଏବେ ଗ୍ରାମାଞ୍ଚଳର ମହିଳାମାନେ ମଧ୍ୟ ଧୀରେଧୀରେ ସ୍ୱାବଲମ୍ବୀ ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ତେବେ ଏଥି ପାଇଁ ସୁବିଧା ସୁଯୋଗ ଯୋଗାଇବା ସହିତ ତାଲିମ ଶିବିର ଅନୁଷ୍ଠାନକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି ।