ଆନ୍ଧ୍ରପ୍ରଦେଶ : କୁର୍ନୁଲରେ ଗ୍ରାନାଇଟ ପଥର ଖାଦାନରେ ଭୟାବହ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ହୋଇଛି। ଆଉ ଜଣେ ଓଡ଼ିଆଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ବନ୍ଧତଳ ନୂଆଁ ଗାଁର ଦୁର୍ୟ୍ୟୋଧନ ନାହକ ଓ ମନୋରଞ୍ଜ ନାହକ । ଅନ୍ୟ ଜଣଙ୍କ ପରିଚୟ ଏପର୍ୟ୍ୟନ୍ତ ମିଳିପାରିନାହିଁ।
ଗତକାଲି ବିସ୍ଫୋରଣରେ ୧୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲାର ୩ ଜଣ । ସେହିପରି ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ସ୍ଥିତି ପରଖିବା ପାଇଁ ଜିଲ୍ଲା ଶ୍ରମ ନିରୀକ୍ଷକ ଓ ଗଞ୍ଜାମ ଜିଲ୍ଲା ଶ୍ରମ ଅଧିକାରୀ କୁର୍ନୁଲ ଯାଇଛନ୍ତି । ହାତୀ ବେଲଗାଲ୍ ଗାଁରେ ଥିବା ପଥର କ୍ୱାରିରେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ ୧୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।