ଭୁବନେଶ୍ବର(କେନ୍ଯୁଜ୍) : ନିର୍ମାଣ ଶ୍ରମିକଙ୍କ ପିଲାଙ୍କୁ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବେ ସରକାର । ଆଜି ଉଦଘାଟିତ ହୋଇଛି ନିର୍ମାଣ କୁସୁମ କାର୍ଯ୍ଯକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ସରକାରୀ ଆଇଟିଆଇ ଓ ପଲିଟେକନିକ୍ରେ ପାଠ ପଢୁଥିବା ନିର୍ମାଣ ଶ୍ରମିକଙ୍କ ପିଲାଙ୍କୁ ଆର୍ଥିକ ସହୟତା ଯୋଗାଇ ଦେବେ ରାଜ୍ୟ ସରକାର । ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ସହଯୋଗରେ କାର୍ଯ୍ଯକ୍ରମ ଆୟୋଜିତ କରାଯାଇଛି ।