କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କ୍ଷମତା ଏକ୍ସପ୍ରେସ୍‌ର ଶୁଭାରମ୍ଭ

କଟକ(କେନ୍ୟୁଜ୍) : କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କ୍ଷମତା ଏକ୍ସପ୍ରେସ୍‌ର ଶୁଭାରମ୍ଭ। ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହାର ଶୁଭାରମ୍ଭ ହୋଇଛି। ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ନିଶାଗ୍ରସ୍ତ ବ୍ୟକ୍ତି, କିନ୍ନର ଓ ଭିକ୍ଷୁକମାନଙ୍କ ବହୁବିଧ ସେବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କ୍ଷମତା ଏକ୍ସପ୍ରେସରେ ଡାକ୍ତରୀ ଟିମ୍‌ ଓ ପାରା ମେଡିକାଲ ଷ୍ଟାଫ୍‌ ରହୁଥିବା ବେଳେ ସେମାନେ ତ୍ୱରିତ ଚିକିତ୍ସା ଯୋଗାଇ ଦେବେ। ଜିଲ୍ଲାର ବିଭିନ୍ନ ବ୍ଲକରେ ଏହି ଏକ୍ସପ୍ରେସ ବୁଲି ଭିନ୍ନକ୍ଷମ ଚିହ୍ନଟ, କାନ ପରୀକ୍ଷା, ସ୍ପିଚ୍‌ ଥେରାପି, ଭିନ୍ନକ୍ଷମ ବୟସ୍କ ଓ କିନ୍ନରଙ୍କୁ ପରାମର୍ଶ, ବୟସ୍କ ଓ ଅକର୍ମଣଙ୍କ ଭତ୍ତା ପଞ୍ଜୀକରଣ, ଭିନ୍ନକ୍ଷଣ ବିବାହ ପ୍ରୋତ୍ସାହନ ପାଇଁ ପରାମର୍ଶ ଭଳି କାର୍ଯ୍ୟକ୍ରମ କରିବ ବୋଲି ଯୋଜନା ରହିଛି।

You might also like