ବଢିଲା ଶ୍ରମିକଙ୍କ ମଜୁରୀ, ଜାଣନ୍ତୁ କେତେ ଥିଲା କେତେ ହେଲା

ବଢିଲା ଶ୍ରମିକଙ୍କ ମଜୁରୀ । ରାଜ୍ୟରେ ସର୍ବନିମ୍ନ ମଜୁରୀ ହାରରେ ସଂଶୋଧନ କରାଯାଇଛି । ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୨୦୦ରୁ ୨୮୦କୁ ବୃଦ୍ଧି ହୋଇଛି । କୁଶଳୀ ଶ୍ରମିକଙ୍କ ମଜୁରୀ ୨୪୦ରୁ ୩୭୦କୁ ବଢ଼ିଛିି । ସେହିପରି ଉଚ୍ଚକୁଶଳୀ ଶ୍ରମିକଙ୍କ ମଜୁରୀ ୨୬୦ରୁ ୪୩୦କୁ ବୃଦ୍ଧି କରାଯାଇଛି । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏହି ଘୋଷଣା କରିଛନ୍ତି । ଏହାସହିତ ୧୫ଟି ନିୟୋଜନରେ ଠିକା କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଜୁରୀ ବୃଦ୍ଧି କରାଯାଇଛି । ରାଜ୍ୟ ସରକାର କ୍ରମାଗତ ଭାବରେ ମଜୁରୀ ବୃଦ୍ଧି କରିଆସୁଛନ୍ତି ।
ଅନ୍ୟପଟେ ଆଜି ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଏବଂ ଓ଼ଡିଶା କୋଠାବାଡି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମିଳିତ ଆନୁକୁଲ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସଚେତନତା ଓ ସହାୟତା ପ୍ରଦାନ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କେତେ ଥିଲା କେତେ ହେଲା
ଅଣକୁଶଳୀ ଶ୍ରମିକ : ୨୦୦ ଟଙ୍କା ୨୮୦ ଟଙ୍କା
କୁଶଳୀ ଶ୍ରମିକ : ୨୪୦ ଟଙ୍କା ୩୭୦ ଟଙ୍କା
ଉଚ୍ଚକୁଶଳୀ ଶ୍ରମିକଙ୍କ : ୨୬୦ ଟଙ୍କା ୪୩୦ ଟଙ୍କା