ବୈତରଣୀ ନଦୀର ବ୍ୟାରେଜ କାମରେ ଭାସିଯାଇ କାର୍ଯ୍ୟରତ ଶ୍ରମିକ ମୃତ, ଉଦ୍ଧାର ହେଲା ମର ଶରୀର

ଯାଜପୁର(କେନ୍ୟୁଜ୍):ଯାଜପୁର ଥାନା ବରାହପୀଠ ନିକଟରେ ବୈତରଣୀ ନଦୀରେ ଚାଲିଥିବା ବ୍ୟାରେଜ କାମରେ ଭାସିଯାଇଥିବା ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ ଶରୀର ଉଦ୍ଧାର ।ମୃତ ଶ୍ରମିକ ହେଲେ କଳାହାଣ୍ଡି ଜିଲ୍ଲାର ଶୋମନାଥ ପଟେଲ । ସେ ପ୍ରତିଦିନପରି କାର୍ଯ୍ୟସାରି ବୈତରଣୀରେ ଗାଧୋଇ ହୋଇ ଫେରନ୍ତି। ଆଜି ବୈତରଣୀରେ ହଠାତ ପାଣି ବଢିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି।

jajpur 2

ଯାଜପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବହୁ ସମୟ ଖୋଜାଖୋଜି ପରେ ନଦୀ ଗର୍ଭରୁ ଶ୍ରମିକଙ୍କ ଶରୀର ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.