କନଭେନର ବେଲ୍ଟରେ ଫସି ଶ୍ରମିକଙ୍କ ମୃତ୍ୟୁ

ଝାରସୁଗୁଡ଼ା(କେନ୍ଯୁଜ୍) : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ ବୁନ୍ଦିଆ ଭୂତଳ କୋଇଲାଖଣି ରେ ଅଘଟଣ। କନଭେନର ବେଲ୍ଟ ରେ ଫସି କୋଇଲାଖଣି ଶ୍ରମିକ ଦୀନବନ୍ଧୁ କାଞ୍ଜିଙ୍କ ମୃତ୍ୟୁ ହୋଇଛି। ଦୀନବନ୍ଧୁ ଆଜି ସକାଳେ ୯.୩୦ ଟାରେ ପ୍ରାୟ କାମ କରିବାକୁ ଯାଇଥିଲେ। ସେଠାରେ କନଭେନର ବେଲ୍ଟ ଆରମ୍ଭ କରିଥିଲେ। ମାତ୍ର ସେ ନିଜେ ବେଲ୍ଟ ରେ ଫସି ଯାଇଥିଲେ।
କୋଇଲାଖଣି ରେ ଶ୍ରମିକ କମ୍ ଥିବାରୁ ସେ ନିଜେ ବେଲ୍ଟ କୁ ଚଲେଇଥିଲେ ମାତ୍ର ବେଲ୍ଟ କୁ ବନ୍ଦ କରିବାକୁ କୌଣସି ଶ୍ରମିକ ନଥିବାରୁ ତାଙ୍କର ସେଠାରେ ହିଁ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି। ମୃତ ଦୀନବନ୍ଧୁ ଙ୍କ ଘର ତାଳଚେରରେ । ବ୍ରଜରାଜନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଗ୍ର ଲୋକଙ୍କୁ ବୁଝାସୁଝା କରୁଛି। ମୃତ ଦୀନବନ୍ଧୁ ଙ୍କ ଶବ ଉଦ୍ଧାର କରାଯାଉଛି।