ମାଲକାନଗିରିରେ ଆଉ ଗଡ଼ିବନି ଏସି ଲକ୍ଷ୍ମୀ ବସ, ରୋକ୍‌ ଲଗାଇଲା OSRTC

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଚାଲୁନି ଶୀତ ତାପ ନିୟନ୍ତ୍ରିତ ଲକ୍ଷ୍ମୀବସ । ବ୍ଲକରୁ ଜିଲ୍ଲା ସଦରମହକୁମାକୁ ଯୋଡୁଥିବା ଲକ୍ଷ୍ମୀ ବସ୍ ସେବା ବନ୍ଦ ।  ହଠାତ୍ ଗତକାଲିଠୁ ଶୀତ ତାପ ନିୟନ୍ତ୍ରିତ ଲକ୍ଷ୍ମୀ ବସ୍ ସେବା ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଆରଟିଓ ପରମିଟ ସସପେଣ୍ଡ କରିଥିବାରୁ ଲକ୍ଷ୍ମୀ ବସ ଗଡୁନାହିଁ । ସେପଟେ ଲକ୍ଷ୍ମୀ ବସ ସେବା ବନ୍ଦକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଲକ୍ଷ୍ମୀ ବସ ସେବା ଚାଲୁ କରିବାକୁ ଲୋକେ ଦାବି କରିଛନ୍ତି ।

ଗ୍ରାମାଞ୍ଚଳ ଲୋକେ ଯାତାୟତରେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହେବେ ତାହା ଉପରେ ଅଧିକ ଫୋକସ କରି ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଆରମ୍ଭ କରିଥିଲେ ପୂର୍ବତନ ସରକାର। ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ପୂର୍ବ ସରକାର ଆରମ୍ଭ କରିଥିଲେ ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.