ମାଲକାନଗିରି : ଡାକ୍ତର ଅଭାବରେ ଚାଲିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବଢୁଛି ରୋଗୀଙ୍କ ସମସ୍ୟା

ମାଲକାନଗିରି :ନବ ନିର୍ମିତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ। ୪୦ ପ୍ରତିଶତ ଡାକ୍ତର ପଦବୀ ଖାଲି ପଡିଥିବା ଅଭିଯୋଗ ହୋଇଛି। ମେଡିକାଲ୍‌ରେ ମୁଖ୍ୟ ବିଭାଗ ଗୁଡିକରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରୋଗୀଙ୍କ ସମସ୍ୟାକୁ ବଢାଇଦେଇଛି।

୫୦କୋଟି ବ୍ୟୟ ଅଟକଳରେ ନିର୍ମିତ ୭ ମହଲା ବିଶିଷ୍ଟ  ତିଆରି ହେଇଥିଲା  ନବ ନିର୍ମିତ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ନୂତନ ଟେକ୍ନୋଲୋଜି ମାଧ୍ୟମରେ ରକ୍ତ ପରୀକ୍ଷାଠାରୁ ଆରମ୍ଭ କରି ଡିଜିଟାଲ ଏକ୍ସରେ କରାଯାଉଛି। ଗୁରୁତର ଶିଶୁଙ୍କ ଚିକିତ୍ସା ପାଇଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଛି ଏସ୍‌ଏନ୍‌ସିୟୁ। ମେଡିକାଲ ସଫାସୁତୁରା ସହ,ଲିଫ୍‌ଟର ବ୍ୟବସ୍ଥା ଆଦି ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ଏପଟେ ମେଡିକାଲ୍‌ର ମୁଖ୍ୟ ବିଭାଗ ଗୁଡିକରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରୋଗୀଙ୍କ ସମସ୍ୟାକୁ ବଢାଇଦେଇଛି। ଦୁଇ ଜଣ ଶିଶୁ ବିଶେଷଜ୍ଞ ରହିବା ସ୍ଥାନରେ ଅଛନ୍ତି ମାତ୍ର ଜଣେ। ଅସ୍ତିଶଲ୍ୟ ବିଭାଗ, ଯକ୍ଷ୍ମା ବିଭାଗରେ ଡାକ୍ତର ନଥିବା ଅଭିଯୋଗ ହୋଇଛି।

ଜିଲ୍ଲାରେ ଡାକ୍ତର ଓ ଷ୍ଟାଫ୍‌ର ଅଭାବ ରହିଛି। ଦୁର୍ଗମ ବଣ୍ଡାଘାଟି, ବିଚ୍ଛିନାଞ୍ଚଳକୁ ଅଧିକ ଆମ୍ବୁଲାନ୍ସର ଆବଶ୍ୟକତା ରହିଛି। ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିଲେ ମଧ୍ୟ,ବିଶେଷଜ୍ଞ ଡାକ୍ତର ନଥିବାରୁ ରୋଗୀ ସେବାରେ ବାଧା ସୃଷ୍ଟି ହେଉଛି। ମେଡିକାଲରେ ନୂତନ ଜ୍ଞାନ କୌଶଳର ଯନ୍ତ୍ରପାତି ବ୍ୟବହାର କରି ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଦିଆଯାଉଛି ବୋଲି ଏଡିଏମ୍‌ଓ ଓ ସିଡିଏମ୍‌ଓ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.