ସୁବର୍ଣ୍ଣପୁର: ମଣ୍ଡିରେ ଗଦା ହୋଇଛି କୁଇଣ୍ଟାଲ କୁଇଣ୍ଟାଲ ଧାନବସ୍ତା, ମୌସୁମୀ ବର୍ଷା ଆସୁଥିବାରୁ ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର(କେନ୍ୟୁଜ୍) : ମଣ୍ଡିରେ ଗଦା ହୋଇଛି କୁଇଣ୍ଟାଲ କୁଇଣ୍ଟାଲ ଧାନବସ୍ତା । ଦଶ ଦିନରୁ ଅଧିକ ହେଲା ଖୋଲା ଆକାଶ ତଳେ ପଡିରହିଛି ଧାନ । ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜଲୋଏ ପ୍ୟାକ୍ସର । ଗତ ମେ ୧୫ ତାରିଖରୁ ପ୍ୟାକ୍ସ ଖୋଲିଛି । ଚାଷୀମାନେ ଟୋକନ୍‌ ପାଇ ସପ୍ତାହେ ହେଲା ଧାନବସ୍ତା ଆଣି ପ୍ୟାକ୍ସରେ ବସିଛନ୍ତି । ହେଲେ ଧାନ କିଣିବାକୁ ମିଲର୍ସଙ୍କ ଦେଖାନାହିଁ । ସପ୍ତାହକୁ ଗୋଟିଏ ଗାଡି ଆସୁଥିବାରୁ ଧାନ ଉଠିପାରୁନଥିବା ଅଭିଯୋଗ ହୋଇଛି । ମୌସୁମୀ ବର୍ଷା ଆସୁଥିବାରୁ ଚାଷୀ ମୁଣ୍ଡରେ ଏବେ ଚଡ଼କ ।

subarnapurଚଳିତ ରବି ଋତୁରେ ଜିଲ୍ଳାରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ୪୮ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ମାଧ୍ୟମରେ ଧାନ କ୍ରୟ କରାଯାଉଛି । ୨୨ ହଜାର ଚାଷୀଙ୍କଠାରୁ ୧୮ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ହେଲେ ଏନେଇ ଚାଷୀ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ସେପଟେ ଅଧାରୁ ଅଧିକ ଧାନ ଉଠିଥିବା କହିଛନ୍ତି ଯୋଗାଣ ଅଧିକାରୀ। ଆଉ କିଛି ଦିନରେ ଓଡ଼ିଶା ଛୁଇଁବ ମୌସୁମୀ । ତା ପୂର୍ବରୁ ମଣ୍ଡିରୁ ଚାଷୀଙ୍କ ଧାନ ଉଠିବା ଜରୁରୀ ହୋଇପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.