ରାଜ୍ୟରେ ଏବର୍ଷ ମରୁଡ଼ି ! ବର୍ଷାର ଘୋର ଅଭାବ, ୧୭ ଜିଲ୍ଲାରେ ସ୍ଥିତି ସଙ୍ଗୀନ

ଭୁବନେଶ୍ବର(କେନ୍ଯୁଜ୍): ଶ୍ରାବଣ ଗଲା । ଆକାଶରୁ ଝରିଲାନି ବର୍ଷା । ଚାତକ ଭଳି ଚାହିଁ ଚାହିଁ ଚାଷୀ ଆଖିରୁ ନିଦ ହଜି ଗଲାଣି । ରାଜ୍ୟରେ ଏବର୍ଷ ବର୍ଷାର ଘୋର ଅଭାବ । ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଫସଲହାନୀ ଆଶଙ୍କା ଦେଖାଦେଇଛି । ମରୁଡ଼ି ପରିସ୍ଥିତି ଉପୁଜିଲାଣି । ଜୁନ୍‌ ୧ରୁ ଆଜି ସୁଦ୍ଧା ରାଜ୍ୟରେ ୨୯ ପ୍ରତିଶତ କମ୍‌ ବର୍ଷା ରେକର୍ଡ ହୋଇଛି । ୨୫ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ । ଯାଜପୁର ଜିଲ୍ଲାରେ ସ୍ୱାଭାବିକଠାରୁ ୫୪ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି ।

ସେହିପରି ଭଦ୍ରକରେ ୫୨ ପ୍ରତିଶତ, ବଲାଙ୍ଗିର ଓ କେନ୍ଦୁଝରରେ ୪୨ ପ୍ରତିଶତ ଲେଖାଏ କମ୍‌ ବର୍ଷା ହୋଇଛି । ଅନୁଗୁଳୁରେ ୪୦ ପ୍ରତିଶତ ନିଅଣ୍ଟିଆ ବୃଷ୍ଟିପାତ ଦ୍ୱାରା ମରୁଡ଼ି ସମସ୍ୟା ଦେଖା ଦେଲାଣି । ସେହିପରି ବରଗଡ଼, ଦେବଗଡ଼, ଢେଙ୍ଗାନାଳ, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ପୁରୀ, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା ୫୦ରୁ ୭୦ ପ୍ରତିଶତ କମ୍‌ ଥିବାରୁ ମରୁଡ଼ି ପରିସ୍ଥିତି ଦେଖାଦେଇଛି ।

୨୫ରୁ ୫୦ ପ୍ରତିଶତ ମଧ୍ୟରେ ଅଭାବୀ ବର୍ଷା ହେଲେ ତାକୁ ମଧ୍ୟମ ଧରଣ ମରୁଡ଼ି କୁହାଯାଏ । ୫୦ରୁ ୭୫ ପ୍ରତିଶତ ନିଅଣ୍ଟିଆ ବର୍ଷା ହେଲେ ମରୁଡ଼ି ଓ ୭୫ ପ୍ରତିଶତରୁ ଅଧିକ ନିଅଣ୍ଟିଆ ବର୍ଷା ହେଲେ ଭୟଙ୍କର ମରୁଡ଼ି ଦେଖାଦେଇଥାଏ । ରାଜ୍ୟରେ ମରୁଡ଼ି ପରିସ୍ଥିତି ଉପରେ ନଜର ରଖିବା ପାଇଁ କୃଷି ବିଭାଗ ଏବଂ ରାଜ୍ୟ ସମବାୟ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚାଷ କାର୍ଯ୍ୟ ପାଇଁ ପରିସ୍ଥିତି ଏବେ ଉଦବେଗଜନକ । ଜମି ଫାଟି ଆଁ କଲାଣି । ଏଭଳି ପରିସ୍ଥିତି ଆଉ ଦୁଇ ସପ୍ତାହ ଲାଗି ରହିଲେ ଚାଷ ବ୍ୟାପକ ଭାବରେ ପ୍ରଭାବିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.