ବାଣୀବିହାର ଓଭର ବ୍ରିଜ ଉପରୁ ପଡ଼ିଲେ କ୍ୟାପିଟାଲ ହସ୍ପିଟାଲକୁ ଷ୍ଟ୍ରେଚରରେ ଆସିଲେ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ପରିସରରେ ଗୋଟିଏ ଷ୍ଟ୍ରେଚର ଉପରେ ଜଣେ ଯୁବତୀ ଅଚଳ ଅବସ୍ଥାରେ ପଡ଼ିଥାନ୍ତି l ଆଉ କିଛି ଗଣମାଧ୍ୟମ ତାଙ୍କୁ ଘେରି ରହିଥାନ୍ତି l କିଛି ସମୟରେ ଷ୍ଟ୍ରେଚରଟି ଧୀରେ ଧୀରେ ହସ୍ପିଟାଲ ପରିସରରେ ଗଡିବାକୁ ଲାଗିଲା l ସମସ୍ତେ ସେହି ଯୁବତୀଙ୍କ ପଛରେ ଧାଇଁବାକୁ ଲାଗିଲେ l ହେଲେ ଘଟଣା କଣ ସେ ବିଷୟରେ କେହି କିଛି ମୁହଁ ଖୋଲିବାକୁ ପ୍ରସ୍ତୁତ ନଥିଲେ l ଯେତେବେଳେ ଷ୍ଟ୍ରେଚର ଯାଇ ଏକ୍ସରେୟ ଗୃହରେ ପହଞ୍ଚିଲା ତା’ପରେ ପୋଲିସ l

ତେବେ କେଵଳ ଅନୁମାନ ଲଗାଗଲା କି ବୋଧ ହୁଏ କିଛି ଘଟଣା ଘଟିଛି ଏହି ଯୁବତୀଙ୍କ ସହିତ l ହେଲେ ଯୁବତୀଙ୍କ ନିକଟରେ ପରିବାର ବର୍ଗ କେହି ନଥାନ୍ତି l କେଵଳ ଜଣେ ବ୍ୟକ୍ତି ଦୂର ସମ୍ପର୍କୀୟ ବୋଲି କହୁଥାନ୍ତି l ତେବେ ଘଟଣା କଣ ସେ ମଧ୍ୟ କିଛି କହିବା ପାଇଁ ନାରାଜ l ଆଜି କାଲି କିଛି ଯୁବକ ଯୁବତୀମାନେ କଣ ଏମିତି ହେଉଛନ୍ତି କେଜାଣି କି ଭୂତ ଚଢିଛି କେଜାଣି l ଏସବୁ ଅତି ଅଜବଗଜବ କାହିଁକି ମୁଣ୍ଡକୁ ନେଉଛନ୍ତି ବୁଝି ହେଉନି l ତେବେ ଆସନ୍ତୁ ଜାଣିବା ପ୍ରକୃତରେ ଘଟଣା କଣ ? ଏ ଯୁବତୀ ଜଣଙ୍କ ନାମ ଠିକଣା କିଛି ପତା ମିଳୁନି l ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l

ଗତକାଲି ସନ୍ଧ୍ୟାରେ ଏହି ଯୁବତୀ ଗୋଟିଏ ସ୍କୁଟିରେ ଆସିଥିଲେ ବାଣୀବିହାର ଫ୍ଲାଇ ଓଭର ବ୍ରିଜ ନିକଟରେ ଆସି ପହଞ୍ଚିଥିଲେ l ନିଜ ସ୍କୁଟିଟିକୁ ସେହି ଓଭର ବ୍ରିଜ ଉପରେ ଥୋଇ ବ୍ରିଜ ଉପରୁ ତଳକୁ ଲମ୍ଫ ମାରିଥିଲେ l ତେବେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ମାନେ କଣ ହୋଇଛି ଭାବି ଯାଇ ଦେଖନ୍ତି ତ ଏହି ଯୁବତୀ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲେ l ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡକାଇ କ୍ୟାପିଟାଲ ହସ୍ପିଟାଲକୁ ନେଇ ଆସିଥିଲେ l ଯାହା ଜଣା ପଡିଛି ଯୁବତୀ ଜଣଙ୍କ ଅଣ୍ଟାରେ ମାଡ଼ ହୋଇଛି ଆଉ ଅଣ୍ଟା ହାଡ଼ ଭାଙ୍ଗିଯାଇଛି l ପୋଲିସ ଘଟଣା ସ୍ଥଳରୁ ସ୍କୁଟି ଆଉ ମୋବାଇଲ ଉଦ୍ଧାର କରି ସହିଦ ନଗର ଥାନାରେ ରଖିଛନ୍ତି l ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଯୁବତୀ ।

ତେବେ ଯୁବତୀ ଜଣକଙ୍କ ନାଁ ଆମେ ଏଠାରେ ପ୍ରକାଶ କରିପାରୁ ନାହୁଁ । ଆହତ ଯୁବତୀଙ୍କୁ ଉଦ୍ଧାର କରି ଚିକିତ୍ସା କରୁଛି ପୋଲିସ । ହେଲେ ଲୋକଙ୍କ ମନରେ ଅନେକ ପ୍ରଶ୍ନ, କଣ ପାଇଁ ଯୁବତୀ ଏମିତି ଜୀବନ ହାରିବାକୁ ଯାଉଥିଲେ ନା ବସିଥିଲେ ସେଠାରେ ପଡିଗଲେ ଅଥବା କାହା ସାଙ୍ଗରେ ଆସିଥିଲେ କିଏ ଠେଲି ଦେଲେ l କି ନିଜେ ଘରେ କୌଣସି ଝଗଡାକୁ ନେଇ ଏମିତି କିଛି ଭୁଲ କରିବାକୁ ଯାଉଥିଲେ l କିନ୍ତୁ କିଛି ରହସ୍ୟ ରହିଛି ଜଣା ପଡିଲା ନାହିଁ l ସବୁ ରହସ୍ୟ ଅଜଣା ହୋଇ ରହିଗଲା l ଆଉ ନିରବୀ ଯାଇଛି ପ୍ରକୃତ ଘଟଣା l

ଏଠାରେ କହିବା କଥା କି ଆଜିର ଯୁବପିଢ଼ି ଭାବିବା ଦରକାର ଯେ ବାପା ମାଆ କେତେ କଷ୍ଟ କରି ଛୋଟରୁ ବଡ଼ କରି ଅନେକ ଘାତ ପ୍ରତିଘାତ ଭିତରେ ଦେଇ ଗତି କରନ୍ତି l ହେଲେ ଆଜିକାଲିର ପୁଅଝିଅଙ୍କ ମୁଣ୍ଡରେ କିଛି ପଶେନି ଟିକେ ଟିକେ କଥାରେ ଏହି ଭଳି ଭୁଲ ପଦକ୍ଷେପ ନେବାକୁ ବାହାରିପଡ଼ିଥାଆନ୍ତି l ବାପା ମାଙ୍କ କଥା କଣ ଏତିକି ଟିକିଏ ମନେ ପଡ଼େନି l ଏବେ ଦେଖିଲେ ଏହି ଯୁବତୀ ଜଣଙ୍କ କଣ ଅବସ୍ଥା ହେଲା ଯଦି ଜୀବନ ଚାଲି ଯାଇଥାନ୍ତା ତେବେ ବାପା ମାଙ୍କୁ କେତେ ବଡ଼ କଷ୍ଟ ଯନ୍ତ୍ରଣାରେ ବଞ୍ଚିବାକୁ ପଡିଥାନ୍ତା l ଆଜି ଯେଉଁ ଅଣ୍ଟା ଭାଙ୍ଗିଗଲା ତା’ ପାଇଁ କେତେ କଷ୍ଟରେ ବଞ୍ଚିବେ ଯୁବତୀ l କେତେ ହଇରାଣ ହେବାକୁ ପଡିବ ପରିବାରଙ୍କୁ ଥରେ ଭାବନ୍ତୁ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like