ଆକ୍ସନ ମୁଡରେ କମିଶନରେଟ ପୋଲିସ୍: ସିଲ୍‌ ହେବ ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗର ରାଜ ଉଆସ

ଭୁବନେଶ୍ୱର(କେନ୍ୟୁଜ୍): ଖୋଲୁଛି ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କ ଗୁମର ପେଡ଼ି । ତଦନ୍ତ ଯେତିକି ଆଗଉଛି ଗୁମର ସେତିକି ଖୋଲୁଛି । ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ଅର୍ଚ୍ଚନାଙ୍କ ସମ୍ପତ୍ତିର ତାଲିବା ଲମ୍ବୁଛି । ଆକ୍ସନ ମୁଡକୁ ଆସିଛି କମିଶନରେଟ ପୋଲିସ । ସିଲ୍‌ ହେବ ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗର ରାଜ ଉଆସ । ଗତ ୫ ବର୍ଷରେ ଟଙ୍କା କାରବାର ଓ ଫିକ୍ସ୍‍ଡ ଡିପୋଜିଟ୍‌ ବାବଦରେ ତଥ୍ୟ ଦେବାକୁ ଆର୍‌ବିଆଇକୁ ଚିଠି ଲେଖିଛି ପୋଲିସ୍‌ । ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ ପାଇଁ ଆରବିଆଇକୁ ଚିଠି ଲେଖାଯାଇଛି ।

ସେହିପରି ସିଲ୍‌ ହେବ କାର୍‌ ସୋ’ରୁମ୍‌ । ଫାର୍ମ ହାଉସ ମଧ୍ୟ ସରକାରଙ୍କୁ ଅଧୀନକୁ ଆସିବ । ଅର୍ଚ୍ଚନାଙ୍କ କେଉଁଠି କେତେ ଜମି ରହିଛି ? କେତେ ସମ୍ପତ୍ତିର ମାଲିକ ? ସେହିପରି ତାଙ୍କର କୌଣସି ପଞ୍ଜିକୃତ କମ୍ପାନୀ ଅଛି କି ? ଆଉ କେଉଁମାନେ ତାଙ୍କର ବ୍ଲାକମେଲର ଶିକାର ହୋଇଛନ୍ତି । ସେଦିଗରେ ବି ଖୋଳତାଡ ଚାଲିଛି । ପଚରାଉଚରା ପାଇଁ ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ନୋଟିସ୍‌ ହୋଇଛି ।

ସେହିପରି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ କମିଶନରେଟ ପୋଲିସ । ଲାପଟପ୍‌, ମୋବାଇଲ ଫୋନ୍‌, ହାର୍ଡଡିସ୍କ ଖୋଲିବ କଳାଧନ୍ଦାର ଗୁମର । ଏସବୁ ସାମଗ୍ରୀର ଯାଞ୍ଚ ପାଇଁ ରସୁଲଗଡ଼ ସ୍ଥିତ ଏସଏଫଏସଏଲ୍‌କୁ ପଠାଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ ଅନେକ ତଥ୍ୟ ଓ ପ୍ରମାଣ ମିଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.