୫ ଦିନିଆ ରିମାଣ୍ଡରେ ଆସିବେ ଲେଡି ବ୍ଲାକମେଲର୍ ଅର୍ଚ୍ଚନା, ଜଣାପଡିବ କି ବଡ଼ବଡ଼ିଆଙ୍କ ଲିଙ୍କ ?

ଭୁବନେଶ୍ୱର (କେନ୍ୟୁଜ): ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗର ରହସ୍ୟ ଭେଦୁଛି ପୋଲିସ । ବ୍ଲାକମେଲିଂ ଅଭିଯୋଗର ତଥ୍ୟ ପ୍ରମାଣ ଯୋଗାଡ ଚାଲୁଛି । ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଖିଅ ଖୋଜା ଚାଲିଛି । ଅଧିକ ଖୋଳତାଡ ପାଇଁ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ତାଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଖଣ୍ଡଗିରି ଥାନା ପୋଲିସ କାଲି କୋର୍ଟରେ ଆବେଦନ କରିବ ବୋଲି ସୂଚନା ମିଳିଛି । ରିମାଣ୍ଡରେ ଆଣି ବ୍ଲାକମେଲିଂର ସତ ବାହାର କରିବ । କୌଣସି ଏକ ଅଜ୍ଞାତ ସ୍ଥାନ ନହେଲେ ଜେଲରେ ତାଙ୍କୁ ଜେରା ହୋଇପାରେ ।

କେମିତି ବଡ଼ବଡ଼ିଆଙ୍କୁ ନିଜ ମାୟାଜାଲରେ ଫସାଉଥିଲା ? କେଉଁମାନଙ୍କୁ ବ୍ଲାକମେଲିଂ କରିଛନ୍ତି ? କାହାଠୁ ଖସାଇଛନ୍ତି କେତେ ଟଙ୍କା ? ଲିଷ୍ଟରେ ଆଉ କେଉଁମାନେ ଥିଲେ ? ବ୍ଲାକମେଲିଂରୁ ଆଦାୟ କରିଥିବା ଟଙ୍କା କେଉଁଠି ଲଗାଇଛନ୍ତି ? ତାଙ୍କ ଗ୍ୟାଙ୍ଗରେ ଆଉ କେଉଁମାନେ ସାମିଲ ? ସେକ୍ସ ରାକେଟରେ କିଭଳି ଥିଲା ଲିଙ୍କ ? ସେ ହ୍ଵାଟସଆପ୍‌ରେ ଚାଟିଂ କରିଥିବା ସୁନୀଲ ଭାଇ କିଏ ?

ଓଡ଼ିଶାରୁ ତଡ଼ିପାର ହୋଇଥିବା ସେକ୍ସ ରାକେଟ୍‌ କିଙ୍ଗପିନ୍‌ ସୁନୀଲ ମେହେର ନୁହେଁ ତ ? ଖଗେଶ୍ୱରକୁ କେବେଠୁ ଜାଣିଛନ୍ତି ? ବ୍ଲାକମେଲିଂ ରାକେଟରେ ତାଙ୍କର ସଂପୃକ୍ତି କିଭଳି ? ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣି ୩ ଜଣିଆ ମହିଳା ପୋଲିସ ଟିମ୍‌ ତାଙ୍କୁ ପଚରାଉଚରା କରିପାରନ୍ତି । ସେପଟେ ଅର୍ଚ୍ଚନାଙ୍କ ଶ୍ୱଶୁର ଘର ଗାଁକୁ ଅଧିକ ଖୋଳତାଡ ପାଇଁ ଯିବ ସ୍ୱତନ୍ତ୍ର ପୋଲିସ ଟିମ୍‌ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଯିବ ଖଣ୍ଡଗିରି ଥାନା ପୋଲିସ । ଆଗକୁ ଅର୍ଚ୍ଚନା ଲିଙ୍କରେ କି ମୋଡ଼ ଆସୁଛି ତାଉପରେ ନଜର ।

Leave A Reply

Your email address will not be published.