ଖୋଲୁଛି ଲେଡି ବ୍ଲାକମେଲରଙ୍କ ଗୁମର ପେଡ଼ି: ପୋଲିସ ହାତରେ ଲାଗିଛି ଅର୍ଚ୍ଚନାଙ୍କ ଡାଏରୀ, ଲିଙ୍କରେ ବହୁ ବଡ଼ବଡ଼ିଆ ଥିବା ଚର୍ଚ୍ଚା

ଭୁବନେଶ୍ୱର (କେନ୍ୟୁଜ): ଖୋଲୁଛି ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗ ଗୁମର ପେଡ଼ି । ପୋଲିସ ଚୁପ୍‌ ରହିଥିବା ବେଳେ ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ତଦନ୍ତ ଯେତିକି ଆଗଉଛି, ଅର୍ଚ୍ଚନାଙ୍କ ହାଇପ୍ରୋଫାଇଲ୍‌ ଲିଙ୍କ୍‌ ସେମିତି ଖୋଲୁଛି । ପୋଲିସ ହାତରେ ଲାଗିଛି ଅର୍ଚ୍ଚନାଙ୍କ ଡାଏରୀ । ଯେଉଁଥିରେ କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁ ଥିବା ସୂଚନା ମିଳିଛି । ଆଗକୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାତେଇବା ପାଇଁ ଯୋଜନା କରୁଛି ପୋଲିସ । ଅର୍ଚ୍ଚନାଙ୍କ ଗିରଫ ପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେଉଁ ଉପାୟରେ ଅର୍ଚ୍ଚନା କମାଉଥିଲେ ପୁଳା ପୁଳା ଟଙ୍କା ? ନିଜ ମାୟାଜାଲରେ କେମିତି ବଡ଼ବଡ଼ିଆଙ୍କୁ ଛନ୍ଦୁଥିଲେ ? କେମିତି ଓ କେଉଁମାନଙ୍କୁ କରୁଥିଲେ ଟାର୍ଗେଟ ? କମ୍‌ ସମୟରେ କେମିତି କୋଟିପତି ପାଲଟିଲେ ଅର୍ଚ୍ଚନା ? ରାଜଧାନୀରେ କିଭଳି ଗଢ଼ିଥିଲେ ବିଶାଳ ଅଟ୍ଟାଳିକା ? ଜବତ ପେନ୍‌ ଡ୍ରାଇଭ୍‌, ଲାପଟପ୍‌ ଓ ମୋବାଇଲରେ କି ରହସ୍ୟ ରହିଛି ?

ତଦନ୍ତ ଚାଲିଥିବା ବେଳେ ଆଗକୁ ଲେଡ୍‌ ବ୍ଲାକମେଲର ଅର୍ଚ୍ଚନାଙ୍କ ଅନେକ ଗୁମର ଫିଟିପାରେ । ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଖୋଳତାଡ କରିପାରେ ଆୟକର ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ କମିଶନରେଟ ପୋଲିସ ସହ ଆୟକର ବିଭାଗ ଓ ଇଡି ଯୋଗାଯୋଗ କରୁଥିବା ସୂଚନା ମିଳିଛି । ଅର୍ଚ୍ଚନାଙ୍କ ଅୟସ ଲାଇଭର ଚିତ୍ର ଏବେ ସୋସିଆଲ୍‌ ମିଡିଆରେ ବୁଲୁଛି । ଆଲିସାନ୍‌ ଘରେ ରହୁଥିଲେ । ଘରେ ରହିଛି ଆଖି ଖୋସିଲା ଭଳି ଆସବାବପତ୍ର । ଲକ୍ଷ ଲକ୍ଷ ଟଙ୍କା ପଲଙ୍ଗ, ସୋଫା ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି । ଦାମୀ କାର୍‌ ଓ ଗାଡ଼ି ଚଢୁଥିଲେ । ଘୋଡ଼ା, ଦାମୀ ଚଢ଼େଇ ପୋଷିଥିଲେ ଅର୍ଚ୍ଚନା । ଫାର୍ମ ହାଉସ ଓ ତାରକା ହୋଟେଲରେ ବ୍ଲାକମେଲ୍‌ର ବିଜନେସ୍‌ ଡିଲ୍‌ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.