ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନାରେ କାର୍ଯ୍ୟରତ ମହିଳା କନଷ୍ଟେବଳ ସୁରୁଜା ମୁଣ୍ଡା ବସ ଦୁର୍ଘଟଣାରେ ମୃତ । କଟକ- ପାରାଦୀପ ରାଜପଥର ସରଣୀ ଛକରେ ମହିଳା କନଷ୍ଟେବଳ ଡିଉଟି କରୁଥିବା ବେଳେ ଆନନ୍ଦ ବସଟି ଚଢି ଯାଇଥିଲା । ଫଳରେ ଦୁର୍ଘଟଣା ସ୍ଥଳରେ ମହିଳା କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ସ୍ଥଳରେ ତିର୍ତ୍ତୋଲ ପୋଲିସ ପହଞ୍ଚିବା ସହିତ ମୃତ ଦେହକୁ ଜବତ କରି ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଛି । ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।