୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ପିଇଓ, ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ

ବରଗଡ଼ : ୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମହିଳା ପିଇଓ । ବରଗଡ଼ ଜିଲ୍ଲା ପଦ୍ମପୁରର ଜ୍ଞାନ ଗ୍ରାମ ପଞ୍ଚାୟତ ପିଇଓ ନୂପୁର ସେଠ ତାଙ୍କ ସ୍ୱାମୀ ବେଦ୍ ପ୍ରକାଶ ବିଶ୍ବାଳଙ୍କ ଜରିଆରେ ନେଉଥିଲେ ଲାଞ୍ଚ। ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କଠାରୁ ୧୦ ହଜାର ଦାବି କରିଥିଲେ। ମୂଲଚାଲ ପରେ ୫ ହଜାର ଟଙ୍କାକୁ ଖସିଥିଲେ। ଆଜି ୫ ହଜାର ନେବା ବେଳେ ଧରିଛି ଭିଜିଲାନ୍ସ। ଟ୍ରାପ ପରେ ପିଇଓ ନୂପୁର ସେଠଙ୍କର ଦୁଇଟି ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳର ଯାଞ୍ଚ କରୁଛି ଭିଜିଲାନ୍ସ।