ମାଆ କୁକୁର ସହ ୬ଟି ନବଜାତ ଛୁଆଙ୍କ ଉପରେ ଫୁଟନ୍ତା ଗରମ ପାଣି ଢାଳିଦେଲେ ମହିଳା

କଟକ: ସତରେ କଣ ଆଜିର ସମାଜରୁ ହଜିଗଲାଣି ମଣିଷ ପଣିଆ। ମଣିଷ ପାଲଟି ଯାଉଛି ନିଷ୍ଠୁର । ତେବେ ଏ ଘଟଣା ଶୁଣିଲେ ଆପଣଙ୍କର ଲୋମ ଟାଙ୍କୁରୀ ଉଠିବ, ରକ୍ତ ଗରମ ହୋଇଯିବ ଆଜ୍ଞା । ଏ କି ପ୍ରକାରର ମାନସିକତା ନେଇ ବଞ୍ଚୁଛନ୍ତି ଲୋକେ । ନିରୀହ କଥା କହିପାରୁନଥିବା ପଶୁଙ୍କ ଉପରେ ଫୋପାଡୁଛି ଫୁଟନ୍ତା ଗରମ ପାଣି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ବାଲିସାହି ଅଞ୍ଚଳରେ । ଆଉ ଏଭଳି କାଣ୍ଡ ଘଟାଇ ବାହାଦୁରୀ ମାରୁଛନ୍ତି ମହିଳା । ମାନବତାର ସବୁ ସୀମା ପାର୍‌ କରି ଦେଇଛନ୍ତି ଏହି ମହିଳା ଜଣଙ୍କ । ତଥାପି ଭୁଲ୍ ମାନିବାକୁ ନାରାଜ ।

ତେବେ ଖବର ମୁତାବକ, ଗୋଟେ କୁକୁର ଓ ତାର ୬ଟି ନବଜାତ ଛୁଆଙ୍କ ଉପରେ ଏହି ମହିଳା ଜଣଙ୍କ ଢାଳି ଦେଇଛନ୍ତି ଫୁଟନ୍ତା ଗରମ ପାଣି । କଟକ ବାଲିସାହିର ମାମି ସିହ୍ନାଙ୍କ ପୋଷା କୁକୁର ରକି ଓ ତାର ୬ଟି ନବଜାତ ଛୁଆ ଉପରେ ଫୁଟନ୍ତା ଗରମ ପାଣି ଢାଳି ଦେଇଛନ୍ତି ମାମିଙ୍କ ପଡୋଶୀ ସୁହାନା । ଯାହାପରେ କୁକୁର ଗୁଡିକ ଯନ୍ତ୍ରଣାରେ ଛଟପଟ ହେବା ସହ ଜୀବନ ସହ ଜୀବନ ସହ ସଂଘର୍ଷ କରୁଛନ୍ତି । ଯାହାର ଭିଜୁଆଲ୍ ଏବେ ଭାଇରାଲ୍ ହେବାରେ ଲାଗିଛି ।

ମାମି ଏ କଥା ତାଙ୍କ ପଡୋଶୀ ସୁହାନାଙ୍କୁ ପଚାରିବାରୁ ତାଙ୍କୁ ଗାଳି ଗୁଳଜ କରିବା ସହ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମାମି । ଏପଟେ ତେବେ କୁକୁର ଓ ତାର ଛୁଆମାନେ ମାମିଙ୍କ ପଡୋଶୀ ସୁହାନାଙ୍କ ଘର ସମ୍ମୁଖରେ ଶୋଇବା ସହ କୁକୁରମାନଙ୍କ ଦେହରୁ ଗନ୍ଧ ବାହାରୁଥିବାରୁ ସେମାନଙ୍କ ଉପରେ ଗରମ ପାଣି ଢାଳି ଦେଇଥିବା କଥା କହିଛନ୍ତି ମାମି ଙ୍କ ପଡୋଶୀ ସୁହାନା। ମଧୁପାଟଣା ଥାନାରେ ଅଭିଯୋଗ ପରେ ଘଟଣା ର ତଦନ୍ତ କରୁଛି ପୋଲିସ। ତେବେ ଏହି ଘଟଣାକୁ ନେଇ ମାମି କଟକ ମଧୁପାଟଣା ଥାନାରେ ଅଭିଯୋଗ କରିଛନ୍ତି ।

ପାଟି ଫିଟୁନି ବୋଲି କଣ ଯାହା ନେଇ ତାହା ଅତ୍ୟାଚାର କରି ଚାଲୁବ  ଏହି ନିରୀହ କୁକୁର ମାନଙ୍କ ଉପରେ ।  କେତେବେଳେ  ଗରମ ପାଣି ପକାଉଛନ୍ତି  ତ କେତେବେଳେ  ଅକଥନୀୟ ଅତ୍ୟାଚର  କରୁଛନ୍ତି, ପୁଣି କେବେ ଗାଡି ଚଢାଇ ଜୀବନରୁ ମାରିଦେଉଛନ୍ତି । ମଣିଷ ନୁହେଁ ବୋଲି ସତେ ଯେମିତି ସମାଜରୁ ଏମାନଙ୍କୁ ନିଶ୍ଚିହ୍ନ କରିଦେବାକୁ ଚାହୁଛି ସୈତାନ ମଣିଷ ।  ଯାହା ଆଘାତ ଦେଉଛି ପଶୁପ୍ରେମୀଙ୍କୁ । ଏଭଳି ଏକ ଘଟଣାକୁ ଏବେ ଚାରିଆଡୁ ନିନ୍ଦା କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like