ପାଚିକା ଆଣିଲେ ସାଂଘାତିକ ଅଭିଯୋଗ: ଦିଦି ମଧ୍ୟାହ୍ନ ଭୋଜନରେ ବିଷ ମିଶାଇବାକୁ କରୁଥିଲେ ଉଦ୍ୟମ

ନବରଙ୍ଗପୁର(କେନ୍ୟୁଜ୍):  ପିଲାଙ୍କୁ ବିଷ ଦେଇ ମାରିବାକୁ ଉଦ୍ୟମ କରୁଥିଲେ ଶିକ୍ଷୟିତ୍ରୀ , ଅଟକାଇବାରୁ ରୋଷେୟାଙ୍କୁ ମାଡ଼ ମାରିଲେ ଶିକ୍ଷୟିତ୍ରୀ,ଏଭଳି ସଙ୍ଗିନ ଅଭିଯୋଗ ଉଠିଛି ନବରଙ୍ଗପୁର ଜିଲ୍ଲା ସଦରମହାକୁମାର ଭାଟିସାଲ ଗୁଡା ବିଦ୍ୟାଳୟରେ। ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ରଚିତା ରାଉତ ଆଜି ମଧ୍ୟାହ୍ନ ଭୋଜନ ରୋଷେଇ ଚାଲିଥିବା ସମୟରେ ହାତରେ ଏକ ଛୋଟ ପୁଡ଼ିଆ ଧରି ମୋବାଇଲରେ ଭିଡିଓ ଉଠେଇ ପ୍ରବେଶ କରିଥିଲେ । ରୋଷେଇ ଦାୟିତ୍ବରେ ଥିବା କର୍ମଚାରୀ ରଚିତା ଦିଦିଙ୍କୁ କଣ ହେଇଛି ବୋଲି ପଚାରିବାରୁ ଏତିକିରେ ଉତକ୍ଷିତ ହେଇ ରଚିତା ରୋଷେୟାଙ୍କୁ ମାଡ଼ ମାରିଥିଲେ।  ସମସ୍ତଙ୍କୁ ବିଷ ଦେଇ ମାରିଦେବି କହି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ବୋଲି ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପରିଚାଳନା କମିଟି ପକ୍ଷରୁ ନବରଙ୍ଗପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ରଚିତାଙ୍କ ବ୍ୟାଗରୁ ମୂଷା ମରା ଔଷଧ ବାହାର କରି ଥାନାରେ ଦେଇଛନ୍ତି ରୋଷେୟା।

nabarangpur 2 - Copy

ମଧ୍ୟାହ୍ନ ଭୋଜନରେ ବିଷ ମିସେଇବା ଭଳି ସଙ୍ଗିନ ଅଭିଯୋଗ ପାଇବା ପରେ ଆମେ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ପଚାରିବୁଝିବା ବେଳେ ରଚିତାଙ୍କ ବିରୁଦ୍ଧରେ ବହୁ ଅସନ୍ତୋଷ ପ୍ରକାଶ କରିଥିଲେ।  ପିଲାଙ୍କ କହିବା ଅନୁସାରେ ଶିକ୍ଷୟତ୍ରୀ ଜଣକ ଅନେକ ସମୟରେ କେବଳ ମୋବାଇଲରେ ହିଁ ବ୍ୟସ୍ତ ରହୁଥିଲେ। ଆଜି ସମସ୍ତ ପିଲାଙ୍କୁ ବିଷ ଦେଇ ମାରିଦେବୀ ବୋଲି କହିଛନ୍ତି ବୋଲି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ଆଜିର ଅଭିଯୋଗ ବିଷୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ଶିକ୍ଷୟିତ୍ରୀ ଜଣକ ପ୍ରାୟ ସମୟ ବିଦ୍ୟାଳୟରେ ସମସ୍ତଙ୍କୁ ଦୁର୍ବ୍ୟବହାର କରିଆସୁଛନ୍ତି ଆଜି ମଧ୍ୟ ରୋଷେୟାଙ୍କ ସହ ପ୍ରବଳ ଝଗଡା ହେଇଥିବା କଥାକୁ ସେ ସ୍ୱୀକାର କରିଛନ୍ତି।  ଏପଟେ କିନ୍ତୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ରଚିତାଙ୍କୁ ଏ ସମସ୍ତ ବିଷୟରେ ପଚାରିବାରୁ ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗ ମିଛ ବୋଲି କହିଛନ୍ତି। ବିଦ୍ୟାଳୟର କଳି ଏବେ ଥାନାରେ ପହଞ୍ଚିଛି, ଯଦି ରଚିତା ସେହି ବିଦ୍ୟାଳୟରେ ରୁହନ୍ତି ତେବେ ପିଲା ଏବେ ବିଦ୍ୟାଳୟକୁ ଆସିବେ ନାହିଁ ବୋଲି କହିଲେଣି ।  ଯାହାକୁ ନେଇ ଏବେ ଚିନ୍ତାରେ ଜିଲ୍ଲା ପ୍ରଶାସନ।  ତେବେ ଏ ବିବାଦର କଣ ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.