ଜାଲ ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିଲେ ଇଂଲିଶ୍‌ ମ୍ୟାଡାମ୍‌, ଏବେ ବହିଷ୍କାର ପାଇଁ ନିର୍ଦ୍ଦେଶ

ଉଦଳା (କେନ୍ୟୁଜ୍‌) : ଜାଲି ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ଦେଇ କରିଥିଲେ ଚାକିରୀ । ହେଲେ ଉଚ୍ଚ ଶିକ୍ଷା ବିଭାଗର ତଦନ୍ତ ପରେ ଜାଲି ଅଧ୍ୟାପିକାଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ । ଜାଲି ଅଧ୍ୟାପିକା ହେଲେ ଖୁଂଟା ଡିଗ୍ରୀ କଲେଜରେ କାର୍ଯ୍ୟ କରିଥିବା ଇଂରାଜୀ ଅଧ୍ୟାପିକା ଅଭିପସା ପଟ୍ଟନାୟକ ।

ଖବର ଅନୁସାରେ, ଖୁଂଟା ଡିଗ୍ରୀ କଲେଜରେ କାର୍ଯ୍ୟ କରିଥିବା ଇଂରାଜୀ ଅଧ୍ୟାପିକା ଅଭିପସା ପଟ୍ଟନାୟକ ନିଜର ପିଜି ପରୀକ୍ଷାର ମାର୍କସିଟରେ ଜାଲିଆତି କରିଥିଲେ । ଯାହାକି ଜାଲ ମାର୍କସିଟ୍ ଦେଇ ଚାକିରୀ କରିଥିବା ଉଚ୍ଚ ଶିକ୍ଷା ବିଭାଗ ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ଉଚ୍ଚ ଶିକ୍ଷା ବିଭାଗର ଆସିଷ୍ଟାଣ୍ଡ ଡାଇରେକ୍ଟର ଅଶୋକ କୁମାର ନାୟକ କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳ ତଥା ଖୁଂଟା ଡିଗ୍ରୀ କଲେଜ ପରିଚାଳନା କମିଟିର ପ୍ରେସିଡେଂଟଙ୍କୁ ସଂପୃକ୍ତ ଅଧ୍ୟାପିକାଙ୍କୁ ଚାକିରୀରୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ସହିତ ସଂପୃକ୍ତ ଅଧ୍ୟାପିକାଙ୍କ ବିରୋଧରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ । ସଂପୃକ୍ତ ଅଧ୍ୟାପିକା ଖୁଂଟା ଡିଗ୍ରୀ କଲେଜରେ ଆଜକୁ ୧୧ ବର୍ଷ ହେବ କାର୍ଯ୍ୟ କରି ଆସିଥିଲେ । ହେଲେ ଉଚ୍ଚ ଶିକ୍ଷା ବିଭାଗର ତଦନ୍ତରେ ତାଙ୍କର ଜାଲିଆତି ଜଣାପଡିବା ପରେ ଅଧ୍ୟାପିକା ଅଭିପସା ନିଜ ଆଡୁ ଚାକିରୀରୁ ଇସ୍ତଫା ଦେଇ ସାରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.