ନୂଆଁଖାଇ ପାଇଁ ଲଗ୍ନ ହେଲା ଧାର୍ଯ୍ୟ, ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ହେବ ପାଳନ

ବଲାଙ୍ଗୀର : ନବାନ୍ନ ଲାଗି ପାଇଁ ବାହାରିଲା ନୂଆଖାଇଁ ଲଗ୍ନ । ବଲାଙ୍ଗିରରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି l ବଲାଙ୍ଗିର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ଦ୍ୱାରା ଧାର୍ଯ୍ୟ ହେଲା ସମୟ । ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତାରିଖ ୮-୯-୨୦୨୪ ରବିବାର ବିଶୁଦ୍ଧ ଲଗ୍ନରେ ଶୁଭବେଳା ଦିନ ୯ ଘଣ୍ଟା ୩୫ ମି ରୁ ୧୦ ଘଣ୍ଟା ୭ ମିନିଟ ମଧ୍ୟରେ ଲାଗି ହେବ ନବାନ୍ନ । ପାଟଣାଷ୍ଟେଟ ତଥା ମହାରାଜାଙ୍କ ଇଷ୍ଟଦେବୀ ମାଁ ପାଟଣେଶ୍ୱରୀ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଆନୁଯାଇ ଧାର୍ଯ୍ୟ ହେଉଛି ଲଗ୍ନ । ଏନେଇ ସୂଚନା ଦେଇଛନ୍ତି ରାଜ ପୁରୋହିତ ସନ୍ତୋଷ କୁମାର ଦାସ ।

ତେବେ ପରମ୍ପରା ଅନୁସାରେ, ଇଷ୍ଠଦେବଙ୍କ ପାଖରେ ଏକ ସ୍ୱତନ୍ତ୍ର ପ୍ରକାରର ଧାନ ଲାଗି କରାଯାଏ । ପରେ ଏହାକୁ ପ୍ରସାଦ ଭାବେ ସେବନ କରାଯାଇଥାଏ । ପାଟଣେଶ୍ୱରୀ ଏବଂ ମହାରାଜାଙ୍କ ରାଶି ନକ୍ଷେତ୍ରକୁ ନେଇ ଲଗ୍ନ ବାହାରିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.