ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ର୍ୟାକେଟର ପର୍ଦ୍ଦାଫାସ କଲା ରାୟଗଡା ଗୁଣପୁର ପୋଲିସ୍ , ୫ ଗିରଫ

ରାୟଗଡା: ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ର୍ୟାକେଟର ପର୍ଦ୍ଦାଫାସ କରିଛି ରାୟଗଡା ଗୁଣପୁର ପୋଲିସ । । ୧୨ଟି ଦାମୀ ମୋବାଇଲ ଜବତ ସହ ୫ ଜଣଙ୍କୁ ଗିରଫ କରିଛି ।
ଗତବର୍ଷ ଅକ୍ଟୋବର ୨୦ ତାରିଖରେ ପୁରୁଣା ଗୁଣପୁର ଛକଠାରେ ରହିଥିବା ରାମନାଥ ପାଣିଗ୍ରାହୀଙ୍କ ମୋବାଇଲ ଦୋକାନରେ ଚୋରି ହୋଇଥିଲା । ତାଙ୍କ ଦୋକାନରୁ ଲକ୍ଷାଧିକ ଟଙ୍କାର ୧୪ଟି ମୋବାଇଲ ଚୋରି ହୋଇଥିବା ଗୁଣପୁର ଆଦର୍ଶ ଥାନାରେ ଅଭିଯୋଗ ହୋଇଥିଲା ।