ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା, ବିଜୟା ଦଶମୀରେଧନୁରେ ତୀର ମାରନ୍ତି କ୍ଷତ୍ରୀୟ ଯୋଦ୍ଧା

ଚାନ୍ଦବାଲି : ଏଠି ପାଳନ ହୁଏ ନିଆରା ପରମ୍ପରା । ମାଆଙ୍କର ବିଜୟା ଦଶମୀରେ ଏଠି ଲୋକେ ପାଳନ କରନ୍ତି ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା । ଦେଖୁନାହାଁନ୍ତି ଧନୁ ଓ ତୀର ସାହାଯ୍ୟରେ ଏମାନେ କେମିତି ଧନୁର୍ଦ୍ଧର ସାଜି ତୀର ମାରୁଛନ୍ତି । କିନ୍ତୁ ଏଠାରେ ସବୁଠାରୁ ଖାସ୍ କଥା ହେଉଛି ଏଠି କଦଳୀ ଗଛକୁ ରାବଣ ମାନି ଏମାନେ ତୀର ମାରିଥାନ୍ତି । ତେବେ କହିବାକୁ ଚାହିଁବୁ ଯେ କୌଣଷି କାରଣରୁ ଦୀର୍ଘ ଚାରି ବର୍ଷ ହେଲା ବନ୍ଦ ଥିବା ଲାଖବିନ୍ଧା କାର୍ଯ୍ୟକ୍ରମ ପୁଣି ଥରେ ଜାକଜମକରେ ପାଳନ ହୋଇଚି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓଲଗରେ । ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା। ପରମ୍ପରା ଓ ସଂସ୍କୃତି କୁ ବଞ୍ଚାଇବା ସହ ନିଜ ନିଜ ଭିତରେ ସୁସମ୍ପର୍କ ସ୍ଥାପନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ।
ବିଜୟା ଦଶମୀ ଦିନ ବଡ଼ ଓଲଗ ଓ ସାନ ଓଳଗ ଗ୍ରାମ ର ବିର କ୍ଷେତ୍ରୀୟ ଯୋଧାମନେ ମା ଦୂର୍ଗାଙ୍କ ପାଖରେ ପୂଜା ପାଉଥିବା ଧନୁ ଓ ତିର ଆଣି ଏକ ଶୋଭାଯାତ୍ରା କରନ୍ତି । ବାଜା ଢ଼ୋଲର ତାଳେ ତାଳେ ଏଠାରେ ବାହାରେ ଶୋଭାଯାତ୍ରା । ସ୍ଥାନୀୟ ଅମୃତ ମଣି ପଡିଆରେ ପହଞ୍ଚି ଏକ କଦଳି ଗଛ ରୂପି ରାବଣକୁ ଲକ୍ଷ୍ୟ ଭେଦ କରିଥାନ୍ତି । ବିଜୟୀ ଯୋଦ୍ଧା ଶୋଭାଯାତ୍ରା ରେ ଯାଇ ମାଆଙ୍କ ଦର୍ଶନ କରି ଆଶିଷ ଲାଭ କରିଥାନ୍ତି । ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ଆଖ ପାଖ ଅଞ୍ଚଳ ଶହ ଶହ ଲୋକଙ୍କ ଭିଡ ଜମିଥାଏ ।