ପୁଣି ଜବତ ହେଲା ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ, ୩ଜଣ ଅଟକ

ଭଞ୍ଜନଗର (କେନ୍ୟୁଜ୍) : ଚୋରା ଚାଲାଣବେଳେ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଏକ ଟ୍ରକରେ ଚାଲାଣ ବେଳେ ଭଞ୍ଜନଗର ଗାଙ୍ଗପୁର ଥାନା କଣ୍ଟେଇପଲ୍ଲୀ ନିକଟରୁ ଜବତ ହେଲା ୭୯୪ କିଲୋ ଗଞ୍ଜେଇ। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ଜବତ ଗ଼ଜେଇର ମୂଲ୍ୟ ୩୭ଲକ୍ଷ ୨୫ହଜାର ଟଙ୍କା ହେବ ବୋଲି ଭଞ୍ଜନଗର ପୋଲିସ କହିଛି। ଟ୍ରକଟି ମୋହନାରୁ ଦିଲ୍ଲୀ ଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ଚୋରା କାରବାରରେ ଆଉ କିଏ ସଂପୃକ୍ତ ଅଛନ୍ତି ସେନେଇ ଖୋଳତାଡ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.