ଘରର କବାଟ ଭାଙ୍ଗି ପଶିଲେ, ପୁଅ ବୋହୂଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଲକ୍ଷାଧିକ ଟଙ୍କା ଓ ଗହଣା ଲୁଟିଲେ

ମାହାଙ୍ଗା: ମାହାଙ୍ଗାରେ ବନ୍ଧୁକ ମୁନରେ ଲୁଟ୍ । ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ ଗହଣା । ଗତକାଲି ବିଳମ୍ବିତ ରାତିରେ ମାହାଙ୍ଗା ଥାନା ଗୁଣୁପୁର ଗାଁରେ ଶନି ମନ୍ଦିର ପାଖରେ ଥିବା ଅରକ୍ଷିତ ନାଥଙ୍କ ଘରେ ଡକାୟତି ହୋଇଛି ।

୪ ଜଣ ଡକାୟତ ଘରର ମୁଖ୍ୟ ଫାଟକକୁ ଗ୍ୟାସ୍ କଟରରେ କାଟିବା ପରେ କବାଟ ଭାଙ୍ଗି ଘରେ ପଶିଥିଲେ । ଅରକ୍ଷିତ ନାଥ ଓ ତାଙ୍କ ପୁଅବୋହୂଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରିବା ସହ ସମସ୍ତଙ୍କୁ ରଶି ରେ ବାନ୍ଧି ପକାଇଥିଲେ । ଡକାୟତମାନେ ୩ ଲକ୍ଷ ନଗଦ ଟଙ୍କା ସହ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଗହଣା ସହ ଦୁଇଟି ମୋବାଇଲ ଲୁଟି ନେଇଥିଲେ । ଏହାପରେ ଘଟଣାସ୍ଥଳରେ ମାହାଙ୍ଗା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘର ପାଖରୁ ଡକାୟତମାନେ ଫୋପାଡ଼ି ଦେଇଥିବା ଦୁଇଟି ମୋବାଇଲ ଫୋନକୁ ପୋଲିସ ଜବତ କରିଛି ।

ଆହୁରି ପଢ଼ନ୍ତୁ : ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ ଲୁଟ, ଅଳଙ୍କାର ସହ ହୁଣ୍ଡି ତାଡ଼ି ନେଇଗଲେ ଦୁର୍ବୃତ୍ତ