୯ ଦୋକାନରୁ ଲକ୍ଷାଧିକ ଟଙ୍କା ଚୋରି, ସୁରାକ ପାଉନି ପୋଲିସ

ଜଗତସିଂହପୁର : ସଟର କବାଟ ଭାଙ୍ଗି ଲକ୍ଷରୁ ଅଧିକ ଟଙ୍କା ଚୋରି । ଜଗତସିଂହପୁର ସଦର ଥାନା ହାଟ ବଜାର ନିକଟ ବ୍ଲକଛକରୁ ସିରିଜ ଭାବେ ୯ ଗୋଟି ଦୋକାନରୁ ଚୋରି ହୋଇଛି । ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଦୋକାନ ସାମଗ୍ରୀ ସହିତ ନଗଦ ଟଙ୍କା ଚୋରି କରି ନେଇଯାଇଛନ୍ତି। ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ଦୋକାନ ରେ ସିସିଟିଭି ଫୁଟେଜ ଦେଖିବା ସହିତ ତଦନ୍ତ କରୁଛି। ହେଲେ କୌଣସି ସୁରାଗ ମିଳିପାରିନାହିଁ। କିଛିଦିନ ହେବ ଜଗତସିଂହପୁର ସହରର ବିଭିନ୍ନ ସ୍ଥାନରେ ଚୋରି ବଢିବାରେ ଲାଗିଛି । ଏହି ଘଟଣା ସିରିଜ ଚୋରି ରେକର୍ଡ କରିଛି।

 

ଆହୁରି ପଢ଼ନ୍ତୁ : ମୁସଲିମ୍ ସମାଜ ପକ୍ଷରୁ ପହଲଗାମ୍ ମୃତକଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଓ କ୍ୟାଣ୍ଡେଲ୍ ଶୋଭାଯାତ୍ରା