ରାୟଗଡା: ଭିଜିଲାନ୍ସ ଜାଲରେ ଲ୍ୟାମ୍ପସ୍ ପରିଚାଳକ । ଲ୍ୟାମ୍ପସ୍ ର ଆର୍ଥିକ ଅନିୟମିତତା ଅଭିଯୋଗରେ ରାୟଗଡା ଭିଜିଲାନ୍ସର ଚଢ଼ାଉ । ଭିଜିଲାନ୍ସ ଜାଲରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଲ୍ୟାମ୍ପସ୍ ପରିଚାଳକ ତାରିଣୀ ପ୍ରସାଦ ତ୍ରିପାଠୀ । ଜିଲୁଣ୍ଡି ସ୍ଥିତ ବାସଭବନରେ ଚଢାଉ କରିଛି ଟିମ୍ । ରେଡ ବେଳେ ବ୍ୟାଙ୍କ ପାସବୁକ୍,ଇନସ୍ୟୁରେନସ୍ ଓ ଅନ୍ୟ ଆସବାବପତ୍ର ଜବତ କରି ଯାଞ୍ଚ କରୁଛି ଭିଜିଲାନ୍ସ । ଆଜି ସକାଳୁ ସକାଳୁ ଭିଜିଲାନ୍ସର ଟିମ୍ ଏହି ଚଢାଉ କରିଥିଲା । ଲ୍ୟାମ୍ପସ୍ ର ପରିଚାଳନା,ପାଚେରୀ ନିର୍ମାଣ ଓ ମରାମତିରେ ଲକ୍ଷାଧିକ ଟଙ୍କା ହଡପ କରାଯାଇଛି ବୋଲି ଅଭିଯୋଗ ହୋଇଥିଲା ।
ପାଖାପାଖି ୭୦ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି । ଲ୍ୟାମ୍ପସ୍ ରେ ଅନିୟମିତତା ନେଇ କଲ୍ୟାଣସିଂହପୁର ଅଞ୍ଚଳର ଚାଷୀମାନେ ପୂର୍ବରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ବିଭାଗ ପକ୍ଷରୁ ଏଆରସିଏସ୍ ଜନ୍ମୋଜୟ ମହାପାତ୍ର ତଦନ୍ତ କରିଥିଲା । ଏବଂ ଟଙ୍କା ଲେଣଦେଣ ଓ ପରିଚାଳନା କ୍ଷେତ୍ରରେ ଆର୍ଥିକ ଅନିୟମିତତା ହୋଇଥିବା ଜଣାପଡିଥିଲା । ଆଜି ଭିଜିଲାନ୍ସ ର ଟିମ୍ ତନତନ କରି ଯାଞ୍ଚ୍ କରୁଛି ।…
ଆହୁରି ପଢ଼ନ୍ତୁ : ଲାଞ୍ଚ ନେବା ଅଭିଯୋଗରେ ୨ କର୍ମଚାରୀଙ୍କୁ ଗିରଫ କଲା ଭିଜିଲାନ୍ସ